Pratidin TV

Odisha's Digital News Platform

୨୬/୧୧ ଆକ୍ରମଣକୁ ପୁରିଲା ୧୫ ବର୍ଷ , ଆଜିବି ମୁମ୍ବାଇର ସେ ଭୟଙ୍କର ଦୃଶ୍ୟକୁ ଭୁଲିନାହିଁ ଭାରତ ….

1 min read

ମୁମ୍ବାଇ ; ଭାରତରେ ୨୬/୧୧ର ଆକ୍ରମଣକୁ କିଏ କେବେ ନିଜ ସ୍ମୃତିପଟରୁ ଭୁଲିପାରିଛି ନା ଭୁଲିପାରିବ । ଆଜିବି ପ୍ରତ୍ୟକ ଭାରତୀୟଙ୍କ ଛାତିଥରାଇ ଦିଏ ସେହି ୨୬/୧୧ ଆକ୍ରମଣ ।

ନଭେମ୍ବର ୨୬, ୨୦୦୮ ରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଥରାଇ ଦେଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷ ବିତିଗଲାଣି। ଏସବୁ ଭିତରେ ଭାରତ ଅନେକ ପାଦ ଆଗକୁ ବଢିଗଲାଣି , ମୁମ୍ବାଇ ମଧ୍ୟ ନିଜର ପୂରଣା କ୍ଷତରେ ମଲମ ମାରି ତାକୁ ଶୁଖାଇ ସାରିଲାଣି । କିନ୍ତୁ ସେହି ପରିବାର ଯିଏ ୨୬/୧୧ ର ଭୟଙ୍କର ଦୃଶ୍ୟକୁ ସାମ୍ନା କରିଥିଲା ଆଉ ସେହି ଯବାନ ଯିଏ ଆତଙ୍କୀମାନଙ୍କୁ ମୁମ୍ବାଇକୁ ଧ୍ୱଂସ କରିବାରୁ ରୋକିବାକୁ ଅପ୍ରାଣ ଉଦ୍ୟାମ କରି ସଫଳ ହୋଇଥିଲେ । ସେମାନଙ୍କୁ କଣ ଏତେ ଶୀଘ୍ର ଭୁଲାଯାଇପାରିବ ।

Advertisement

ଲସ୍କର-ଏ-ତାଇବା(LeT) ଆତଙ୍କବାଦୀ ଗୋଷ୍ଠୀର ଆତଙ୍କବାଦୀମାନେ ନଭେମ୍ବର ୨୬, ୨୦୦୮ ରାତିରେ ମୁମ୍ବାଇ ସହରରେ ପ୍ରବେଶ କରିଥିଲେ। ଚାରି ଦିନ ମଧ୍ୟରେ ସେମାନେ ୧୬୬ ଜଣଙ୍କୁ ନିର୍ମମ ହତ୍ୟା କରି ୩୦୦ ଜଣଙ୍କୁ ଗୁରୁତର ଆହତ କରିପକାଇଥିଲେ । ଯାହାର ସର୍ବାଧିକ ପ୍ରଭାବ ତାଜ ଏବଂ ଓବରୋଇ ହୋଟେଲ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍, ନରିମାନ ହାଉସରେ ଥିବା ଯିହୁଦୀ କେନ୍ଦ୍ର ଏବଂ ଲିଓପୋଲ୍ଡ କାଫେ ଉପରେ ପଡିଥିଲା । କାରଣ ଆତଙ୍କୀମାନେ ଏହି ସ୍ଥାନକୁ ନିଜ କେନ୍ଦ୍ରସ୍ଥଳୀ ବନାଇଥିଲେ । କାରଣ ଏହି ସ୍ଥାନ ଗୁଡିକରେ ୟୁରୋପୀୟ ,ଭାରତୀୟ ଏବଂ ଯୁହୁଦୀମାନଙ୍କ ଭିଡ ଜମୁଥିଲା ।

ତେବେ ମୁମ୍ବାଇ ତାଜ୍ ହୋଟେଲ ଉପରକୁ ସର୍ବାଧିକ ଆକ୍ରମଣ ହୋଇଥିଲା । ଯେଉଁଥିରେ ଅନେକ ନିରୀହ ଟଳିପଡିଥିଲେ । ତେବେ ଭାରତୀୟ ବୀର ଯବାନ ତଥା ମେଜର ସନ୍ଦିପ୍‌ଙ୍କ ବାହାଦୂରୀ ଏବଂ ତାଙ୍କ ସାଥୀ ମାନଙ୍କ ଅପ୍ରାଣ ଉଦ୍ୟାମରେ ୯ ଆତଙ୍କୀ ସେଠାରେ ଟଳିଥିବା ବେଳେ ସନ୍ଦିପ୍ ମଧ୍ୟ ସେଠାରେ ସବୁଦିନ ପାଇଁ ସହିଦ୍ ର ଆଖ୍ୟା ପାଇଯାଇଥିଲେ । ଅନ୍ୟପଟେ ଛତ୍ରପତି ଶିବାଜୀ ଟର୍ମିନାସ ରେଳ ଷ୍ଟେସନରେ ହୋଇଥିବା ଆକ୍ରମଣରୁ ବଞ୍ଚିଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ ଆମୀର କାସାବଙ୍କୁ ଗିରଫ କରାଯାଇଥିଲା। ମେ ୨୦୧୦ ରେ, କାସାବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଦୁଇ ବର୍ଷ ପରେ ପୁଣେ ସହରର ସର୍ବାଧିକ ସୁରକ୍ଷା କାରାଗାରରେ ଫାଶୀ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *