Pratidin TV

Odisha's Digital News Platform

ପୁରୁଣା ନୋଟ ବଦଳରେ ନିଅନ୍ତୁ ନୁଆ ନୋଟ, ଆରମ୍ଭ ହୋଇଛି ନୋଟ ବଦଳ ମେଳା…

1 min read

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ନୋଟ ବଦଳ ମେଳା । ଆପଣଙ୍କ ପାଖରେ ଯଦି କିଛି ଚିରା ନୋଟ ଥାଏ, ତେବେ ଆପଣ ତାହାକୁ ବଦଳାଇ ପାରିବେ । ଆଉ ତା ବଦଳରେ ନୁଆ ନୋଟ ନେଇ ପାରିବେ । ତେବେ ଏହି ଚିରା ଫଟା ନୋଟ ବଦଳ ସମସ୍ୟାକୁ ନେଇ RBI ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଟଙ୍କା ଉଡ଼ିବା ପରେ ଚେତିଲେ ବ୍ୟାଙ୍କ । ଆଜି କାନାରା ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ୟୁନିଟ -୮ ସ୍ଥିତ ବ୍ୟାଙ୍କ ଶାଖା ସମ୍ମୁଖରେ ଆୟୋଜନ ହୋଇଛି ନୋଟ ବଦଳ ମେଳା । RBI ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଏହି ନୋଟ ବଦଳ ମେଳାକୁ ଉଦଘାଟନ କରିଛନ୍ତି । ଏଠାରେ ଲୋକମାନେ ସେମାନଙ୍କର ଚିରାଫଟା ଓ ପୁରୁଣା ନୋଟ ବଦଳାଇ ନୂଆ ନୋଟ୍ ନେଇପାରୁଛନ୍ତି । ଏମିତିକି ସେମାନେ ନୋଟ୍ ବଦଳରେ କଏନ ମଧ୍ୟ ନେଇ ପାରୁଛନ୍ତି । ଏ ଅବସରରେ RBI ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର ସବୁ ବ୍ୟାଙ୍କ ଶାଖାରେ ନୋଟ୍ ବଦଳ ବ୍ୟବସ୍ଥା ରହିଛି । ଚଳିତ ଆର୍ଥକ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଶାଖା ଜରିଆରେ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟର ପୁରୁଣା ତଥା ଚିରା ଫଟା ନୋଟ ବଦଳ ହୋଇସାରିଛି । ଯଦି କୌଣସି ବ୍ୟାଙ୍କ ଶାଖା ନୋଟ୍ ବଦଳ କରୁନାହାନ୍ତି, ଲୋକେ ବ୍ୟାଙ୍କିଙ୍ଗ ଲୋକପାଳ ନିକଟରେ ଅଭିଯୋଗ କଲେ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ରହିଛି।

Advertisement

Leave a Reply

Your email address will not be published. Required fields are marked *