Pratidin TV

Odisha's Digital News Platform

ନିର୍ଯ୍ୟାତନା ସହି ନ ପାରି ଜୀବନ ହାରିଲେ ଚୀନର ବୈଦେଶିକ ମନ୍ତ୍ରୀ…

1 min read

ଜୀବନ ହାରିଲେ ଚୀନର ପୂର୍ବତନ ବୈଦେସିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ସେ ଦୀର୍ଘ ଦିନ ଧରି ନିଖୋଜ ଥିବାବେଳେ ଆମେରିକୀୟ ଏବଂ ବ୍ରିଟିଶ ଗଣମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଛି । କିନ୍ ଜୁଲାଇ ୨୦୨୧ ରେ ଆମେରିକାରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ । ମାତ୍ର ୧୮ ମାସ ପରେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଭାବରେ ନାମିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଜୁଲାଇ ୨୦୨୩ ରେ କିନ୍ ଗ୍ୟାଙ୍ଗଙ୍କୁ ନିଜ ପଦରୁ ବହିଷ୍କୃତ କରାଯାଇଥିବାବଳେ ସେ ନିଖୋଜ ଥିଲେ । କୁହାଯାଇଛି ଯେ ସେ ନିର୍ଯ୍ୟାତନା ପାଇଁ ଜୀବନ ହାରିଛନ୍ତି ବୋଲି । ତେବେ ଚୀନ୍ ଇତିହାସରେ ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ସବୁଠାରୁ କନିଷ୍ଠ ବ୍ୟକ୍ତି ଥିଲେ । ଜୁଲାଇ ୨୦୨୧ରୁ ଚଳିତ ବର୍ଷ ଜାନୁଆରି ପର୍ଯ୍ୟନ୍ତ ସେ ୱାସିଂଟନରେ ଚୀନର ରାଷ୍ଟ୍ରଦୂତ ଥିଲେ । ପରେ ସେ ଯେତେବେଳେ ଆମେରିକାର ରାଷ୍ଟ୍ରଦୂତ ହୋଇଥିଲେ ତାଙ୍କୁ ୱାଶିଂଟନ୍ ସହିତ ବେଜିଂର ତିକ୍ତ ସମ୍ପର୍କକୁ ସ୍ଥିର କରିବାର ଦାୟିତ୍ୱ ଦିଆଯାଇଥିଲା । ଜୁନ୍ ୨୫ ରେ ଶ୍ରୀଲଙ୍କା, ଭିଏତନାମ ଏବଂ ଋଷର ଅଧିକାରୀମାନଙ୍କୁ ଭେଟିବା ପରଠାରୁ କିନ୍ ସର୍ବସାଧାରଣରେ ଦେଖାଯାଇ ନଥିଲେ । ବୈଦେଶିକ ମନ୍ତ୍ରୀ ଭାବରେ ଆମେରିକାର ଉପରେ ଚାଇନାର ଗୁପ୍ତଚର ବେଲୁନ୍ ସନ୍ଦେହରେ କିନ୍ ୱାଶିଂଟନ୍କୁ କଡ଼ା ସମାଲୋଚନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *