Pratidin TV

Odisha's Digital News Platform

ଧୋନିଙ୍କୁ ଠକିଦେଲେ ତାଙ୍କ ଘନିଷ୍ଠ ବନ୍ଧୁ ,୧୫କୋଟିର ଲାଗିଗଲା ଚୂନା

1 min read

ମହାଠକେଇର ଶିକାର ହେଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।ତେବେ ତାଙ୍କୁ ଭରସା ଦେଇ ଠକି ଦେଲେ ଘନିଷ୍ଟ ବନ୍ଧୁ। ସେ ପୁଣି କୌଣସି ଛୋଟମୋଟ ତାଙ୍କ ନୁହେଁ ପୁରା ୧୫ କୋଟି ଟଙ୍କାର କ୍ଷତି ସହିଛନ୍ତି ଧୋନୀ। ଠକାମୀର ଶିକାର ହେବା ପରେ ଧୋନୀ ତାଙ୍କ ବନ୍ଧୁ ଓ ବିଜ୍‌ନେସ୍ ପାର୍ଟନର୍‌ ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲା ରାଞ୍ଚି କୋର୍ଟରେ ରୁଜୁ ହୋଇଛି । ଅର୍କା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ଲିମିଟେଡ୍‌ର ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ହୋଇଛି। ସୂଚନା ମୁତାବକ , ମିହିର ଦିବାକର ଧୋନିଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି । ତେବେ ଉଭୟ ଭିତରେ ୨୦୧୭ରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ବିଶ୍ୱରେ କ୍ରିକେଟ ଆକାଡେମୀ ଖୋଲିବାକୁ ପ୍ରସ୍ତାବ ରହିଥିଲା। ହେଲେ ଦିବାକର ଚୁକ୍ତିର ନିୟମ ପାଳନ କରି ନଥିଲେ। ବାରମ୍ବାର ଏହାକୁ ମାନେ ପକାଇଥିଲା ସୁଦ୍ଧା ଏଗୁଡିକ ଅଣଦେଖା କରାଯାଇଥିଲା ।

ଚୁକ୍ତିର ସର୍ତ୍ତ ଅନୁସାରେ, ଅର୍କା ସ୍ପୋର୍ଟ୍ସ ଫ୍ରାଞ୍ଚାଇଜ୍‌ ଶୁଳ୍କର ପେମେଣ୍ଟ କରିବା ଓ ଲାଭ ପରସ୍ପର ସହ ଶେୟାର କରିବା ବାଧ୍ୟତାମୂଳକ ଥିଲା। ହେଲେ ଦିବାକର କିନ୍ତୁ ଏହାକୁ ମାନି ନଥିଲେ। ଧୋନୀଙ୍କ ପକ୍ଷରୁ ବାରମ୍ବାର ଦିବାକରଙ୍କୁ ନିୟମ ମାନିବାକୁ କୁହାଯାଇଥିଲେ ମଧ୍ୟ କିଛି ପରିଣାମ ହୋଇ ନଥିଲା। ଫଳରେ ଧୋନୀ ବାଧ୍ୟ ହୋଇ ୨୦୨୧ ଅଗଷ୍ଟ ୧୫ ତାରିଖରେ ଅର୍କ ସ୍ପୋର୍ଟ୍ସ କମ୍ପାନୀରୁ ନିଜର ଅଧିକାର ପତ୍ରକୁ ରଦ୍ଧ କରିଦେଇଥିଲେ । ଏହାପରେ ଏକାଧିକ ଆଇନଗତ ନୋଟିସ୍ ପଠାଇଥିଲା। ହେଲେ ଏହି ନୋଟିସ୍‌ର କୌଣସି ଜବାବ ମିଳି ନଥିଲା।ଏହି ଘଟଣାକୁ ନେଇ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂହ କହିଛନ୍ତି ଯେ ଅରକା ସ୍ପୋର୍ଟ୍ସ ଧୋନୀଙ୍କୁ ଠକିଛି। ଫଳରେ ଧୋନୀଙ୍କର ୧୫ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି। ଧୋନୀଙ୍କ ସାଙ୍ଗ ସିମନ୍ତ ଲୋହାନୀ ମଧ୍ୟ ଦିବାକରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି

Advertisement

Leave a Reply

Your email address will not be published. Required fields are marked *