Pratidin TV

Odisha's Digital News Platform

ଲାଇଭ୍ ରିପୋଟିଂରେ ସାମ୍ବାଦିକଙ୍କୁ ବାନ୍ଧିନେଲା ପୋଲିସ ।

1 min read

ନୂଆଦିଲ୍ଲୀ ; ଲାଇବ୍ ରିପୋଟିଂ ସମୟରେ ସାମ୍ବାଦିକଙ୍କୁ ବାନ୍ଧି ଆଣିଲା ପୋଲିସ । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ ରିପୋର୍ଟିଂ କରୁଥିବା ବେଳେ ତାଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ଇତି ମଧ୍ୟରେ ୪୬ ଦିନ ବିତି ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିବା ହଙ୍ଗାମା କିନ୍ତୁ ଥମୁନି। ଟିଏମ୍ସି ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି।

ଏନେଇ ସୋମବାର ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ସନ୍ତୁ ପନ୍। ଆଇନ ଶୃଙ୍ଖଳା ଉଲ୍ଲଘନ ସର୍ମ୍ପକରେ ଖବର ଦେବା ବେଳେ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ୍ କରିଥିଲା । ଲାଇଭ୍ ରିପୋଟିଂରେ ସେ ଏପରି କହିଥିଲେ ଯେ ମୋତେ ପୋଲିସ ମାନେ ଗିରଫ୍ କରୁଛି କାରଣ ମୁଁ ସ ସନ୍ଦେଶଖାଲି ରେ ଜଣେ ମାଙ୍କୁ ସାକ୍ଷାତକାର ନେଉଥିଲି ବୋଲି ସାମ୍ବାଦିକ କହିଛନ୍ତି । ପୋଲିସ ତାଙ୍କୁ ଟାଣି ଟାଣି ନେବା ସମୟରେ ସେ କହିଥିଲେ ଯେ ‘ବେଙ୍ଗଲରେ ଆଉ ଗଣତନ୍ତ୍ର ନାହିଁ । ମୁଁ ଚାହୁଁଛି ଦେଶ ତଥଅ ରାଜ୍ୟରେ ସମସ୍ତେ ଏହା ଦେଖିବା ।’

ଏହି ଲାଇଭ୍ ଆରେଷ୍ଟ ଦେଖି ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସନ୍ଦେଶଖାଲି ସମ୍ପୂର୍ଣ୍ଣ ଅରାଜକତା । ଏଠାରେ ମହିଳା ମାନଙ୍କୁ ନିଜ ମତାମତ ରଖିବାକୁ ଦିଆଯାଏ ନାହିଁ । ସେହିଭଲି ଏହି ଘଟଣାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଗଣତନ୍ତ୍ରର ସମ୍ପାଦକ-ଅର୍ଣ୍ଣବ ଗୋସ୍ୱାମୀ ସିଏମ(ମମତା ବାନର୍ଜୀ)ଙ୍କୁ କହିଛନ୍ତି ଯେ ତୁରନ୍ତ ସାମ୍ଭଦିକ ଗିରଫ୍‌କୁ ପ୍ରତ୍ୟାହାର କରାଯାଉ । ଯଦି ସରକାର ଏପରି ନକରନ୍ତି ଆଗକୁ ଆମେ ଧାରଣାରେ ବସିବା ସହ କୋଲକାତା ହାଇକୋର୍ଟକୁ ଯିବୁ ।

ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି ରିପବ୍ଲିକ ବାଙ୍ଗଲାର ସିନିୟର ଏଡିଟର ସରନେଲ ସରକାର କହିଛନ୍ତି, ପୁଲିସ୍ ଏପରି ପଦକ୍ଷେପ କିପରି ଉଠାଇ ପାରୁଛି ତାହା ବୁଝାପଡ଼ୁନି। ଟିଏମସି ନେତା ଶାଜାହାନ ଶେଖଙ୍କୁ ଏଯାଏ ପୁଲିସ୍ ଗିରଫ କରି ପାରୁନି। ଶାଜାହାନ ଶେଖ ଏବେବି ସେଠାରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ୍ କିନ୍ତୁ ତାଙ୍କୁ କିପରି ଖୋଜି ପାରୁନି ତାହା ସନ୍ଦେହ ସୃଷ୍ଟି କରୁଛି। ସନ୍ତୁ ପନଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା। କେବଳ ତାଙ୍କୁ ଗିରଫ କରିବା ନିମନ୍ତେ ଏପରି ମିଥ୍ୟା ଷଡଯନ୍ତ୍ର ରଚା ଯାଇଛି ବୋଲି କହିଛନ୍ତି ସରନେଲ ସରକାର ।

ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ୍ କହିଛି।

Leave a Reply

Your email address will not be published. Required fields are marked *