ହାରିଲା ବୋରୱେଲ ଜିତିଲା ଜୀବନ , ୧୮ ଘଣ୍ଟା ପରେ ୩୬ ଫୁଟ୍ ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ …
1 min readଜିତିଲା ଜୀବନ । ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ୨ ବର୍ଷର କୁନି ଝିଅ ନୀରୁ ୩୬ ଫୁଟ୍ ବୋରୱେଲରୁ ଉଦ୍ଧାର ହୋଇଛି। ଶିଶୁଟିକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ଖେଳିବା ବେଳେ ବୋରୱେଲରେ ଖସି ପଡ଼ିଥିଲା ୨ ବର୍ଷର ଶିଶୁ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟି ବୋରଓ୍ୱେଲରେ ଖସିପଡିଥିଲା ଜାଣିବାକୁ ପାଇଥିଲେ। ଏହାପରେ ଖବର ପାଇ ପ୍ରଶାସନ, ଏସ୍ଡିଆର୍ ଓ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯ୍ୟ ଆରମ୍ଭ କରିଥିଲେ।
ବୋରୱେଲ ନିକଟରେ ୩୬ ଫୁଟ ଗଭୀର ଗାତ ଖୋଳା ଯାଇଥିଲା। ଉଦ୍ଧାର ପାଇଁ ଗୋଟିଏ LNT, ୪ଟି JCB ଏବଂ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା। ପାଇପ୍ ର ୨୦ ଫୁଟ ଟନେଲ୍ ନିର୍ମାଣ କରାଯାଇଥିଲା। ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା। ଶେଷରେ ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ୨ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି ।ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଦଳ ମୁତୟନ କରାଯାଇଥିଲା। ଗତରାତିରୁ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଶିଶୁକୁ ଅକ୍ସିଜେନ ଦିଆଯାଇ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ବାରମ୍ଵାର ବୋରୱେଲ ଅଘଟଣ ଘଟିବା ପରେ ବର୍ତ୍ତମାନ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।