Pratidin TV

Odisha's Digital News Platform

ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ , ସୋନପୁର ମେଡିକାଲ କଲା ଘୋଷଣା ….

1 min read

ସୁବର୍ଣ୍ଣପୁର ; ସୋମବାର ୨୦ ଫୁଟର ପରିତ୍ୟକ୍ତ ବୋରୱେଲକୁ ଖସିଥିବା ଦୁଖୀ ନାୟକ ମୃତ । ଉଦ୍ଧାର ପରେ ସୋନପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ନିକଟ ଏକ ବୋରୱେଲରେ ସକାଳେ ଖସିପଡିଥିଲେ ୮୦ ବର୍ଷିୟ ବୃଦ୍ଧା ଦୁଃଖୀ ନାୟକ। ସେ ନିଜ ଝିଅ ଘରକୁ ବୁଲିଯାଇଥିବା ବେଳେ ଝାଡ଼ୁ ତିଆରି ପାଇଁ ବେଣା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁ ସେ ବୋରୱେଲକୁ ଖସିପଡିଥିଲେ । ଏହା ପରେ ତୁରନ୍ତ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଏବଂ ଦୀର୍ଘ ଦେଢ ଘଣ୍ଟାର ପରିଶ୍ରମ ପରେ ଟିମ୍ ବୋରୱେଲ ପାଖରେ ଏକ ସମାନ୍ତରାଳ ଗାତ ଖୋଳି ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ସୋନପୁର ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Advertisement

ଅନ୍ୟପଟେ ଉଦ୍ଧାର ବେଳେ ଅଗ୍ନିଶମ ବିଭାଗ ଗାତ ଭିତରେ ସାପ ମଧ୍ୟ ଦେଖିବାକୁ ପାଇଥିଲା । ତେବେ ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି କି ଅଣନିଶ୍ୱାସୀ ଯୋଗୁଁ ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *