Pratidin TV

Odisha's Digital News Platform

+୨ରେ କମାଲ କଲେ କାଇଜେନ ଆବାସିକ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ , ୮୦ ଛାତ୍ର ଛାତ୍ରୀ ହେଲେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ..

1 min read

କଟକ ଜିଲ୍ଲା ନରସିଂହପୁର ବ୍ଲକ ରେ ଥିବା +୨ ବିଜ୍ଞାନ କାଇଜେନ ଆବାସିକ ଶିକ୍ଷା କେନ୍ଦ୍ରର +୨ ବିଜ୍ଞାନ ପରୀକ୍ଷା ଫଳ ରେ ଅଦ୍ଭୁତ ପୂର୍ବକ ସଫଳତା ମିଳିଛି । ଚଳିତ +୨ ବିଜ୍ଞାନ ପରୀକ୍ଷା ଏହି ଆବାସିକ ଶିକ୍ଷା କେନ୍ଦ୍ର ରୁ ୮୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ବଡ଼ମ୍ବା ନରସିଂହପୁର ରେ ରେକର୍ଡ ଭାଙ୍ଗିଛି  । ଏହା ସହିତ ଏହି ଶିକ୍ଷା ଅନୁଷ୍ଠାନ ର ଶାନ୍ତନୁ କୁମାର ପ୍ରଧାନ ସର୍ବୋଚ୍ଚ ୫୩୬ ନମ୍ବର ରଖି ଉଭୟ ବଡମ୍ବା ଓ ନରସିଂହପୁର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି କାଇଜେନ୍ ପାଇଁ ସୁନାମ ଆଣିଛନ୍ତି । 

ସମସ୍ତ ଛାତ୍ର ଛାତ୍ରୀ ଏହି ସଫଳତା ର ଶ୍ରେୟ ଏହି +୨ ବିଜ୍ଞାନ ଆବାସିକ ଶିକ୍ଷା କେନ୍ଦ୍ର ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେବା ସହିତ ନିଜର ପିତା ମାତା ଓ ଅଞ୍ଚଳବାସୀ ଙ୍କୁ ଦେଇଛନ୍ତି । ଦେଖିବାକୁ ଗଲେ କାଇଜେନ ଶିକ୍ଷା କେନ୍ଦ୍ର ରେ ସମସ୍ତେ ପାଠ ପଢ଼ିବା ରେ ମନବଳାଇଛନ୍ତି ଏହାର କାରଣ ଏଠିକାର ସାମାଜିକ ପରିବେଶ ଉଚ୍ଚ କୋଟିର ଏବଂ ଶିକ୍ଷା ବ୍ୟବସ୍ଥା ଉନ୍ନତ ଧରଣ ର । ଏହା ବ୍ୟତୀତ ଏହି କଲେଜ ସାମାଜିକ ସେବା ରେ ଉଦାହରଣ ସୃଷ୍ଟି କରିଛି । ଯାହା ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇଛି ପଢ଼ିବା ପାଇଁ । ଏହା ବ୍ୟତୀତ ଏଠି କଳା ଏବଂ ଖେଳକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଏ  । ବିଗତ ଦିନରେ ଏହି ଶିକ୍ଷା କେନ୍ଦ୍ର ରୁ ପାସ୍ ହୋଇ ଅନେକ ଛାତ୍ର ଛାତ୍ରୀ ବଡ଼ ସରକାରୀ ଏବଂ ବେସରକାରୀ ଚାକିରି କ୍ଷେତ୍ର ରେ ସୁନାମ ଆଣିବା ସହିତ ଅନୁଷ୍ଠାନ ର ଗର୍ବ ବଢାଇଛନ୍ତି । ଚଳିତ ବର୍ଷ ପାସ୍ ହୋଇଥିବା ଛାତ୍ର ଛାତ୍ରୀ ଆଗାମୀ ଦିନରେ ଡାକ୍ତର ,ଇଂଜିନିୟର , ବିଭିନ୍ନ ଉଚ୍ଚ ପଦବୀ ରେ ଚାକିରି କରିବାକୁ ମନ ବଳାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *