Pratidin TV

Odisha's Digital News Platform

ଆଖି ବୁଜିଲେ k-pop ଷ୍ଟାର ମୁନ୍‌ବିନ୍ , ଦେଶ ବିଦେଶରୁ ଫ୍ୟାନ୍ସ ମାନେ ପାଳୁଛନ୍ତି ଶୋକସଭା

1 min read

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କୋରିଅନ୍ ପପ୍ ବ୍ରାଣ୍ଡ ଆଷ୍ଟ୍ରୋର ସିଙ୍ଗର ମୁନବିନ୍‌ଙ୍କ ମୃତ୍ୟୁ ଖବର ହଇଚଇ ସୃଷ୍ଟି କରିଦେଇଛି । ବୁଧବାର ସକାଳୁ ଦକ୍ଷିଣ କୋରିଆର ସିଓଲର ଗାଙ୍ଗନାମ୍ ଜିଲ୍ଲାରେ ଥିବା ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ତାଙ୍କ ପର୍ସନଲ ଆସିଷ୍ଟାଣ୍ଟଣ୍ଟର ସୂଚନା ଦେଇଛନ୍ତି । ବୁଧବାର ରାତିରେ ତାଙ୍କ ମୃତ ଶରୀରକୁ ବାସଭବନରୁ ଉଦ୍ଧାର କରିଥିଲା ପୋଲିସ । ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଅତ୍ମହତ୍ୟା ବୋଲି ସୂଚନା ଦେଇଛି ସିଓଲ ପୋଲିସ କିନ୍ତୁ ସ୍ପଷ୍ଟିକରଣ ପାଇଁ ତାଙ୍କ ଶବବ୍ୟଚ୍ଛେଦ କରିବ ସିଓଲ ପୋଲିସ ।

ତେବେ ସାଉଥ୍ କୋରିଆ ସହ ଅନେକ ଦେଶରେ ଆଷ୍ଟ୍ରୋ ବ୍ୟାଣ୍ଡର ଫ୍ୟାନ୍ସମାନେ ମୁନବିନଙ୍କ ପାଇଁ ଶୋକପ୍ରକାଶ କରିଛନ୍ତି । ଏନେଇ ଆଷ୍ଟ୍ରୋ ପରିଚାଳନକ କହିଛନ୍ତି ଯେ ମୁନବିନ କେବଳ ଜଣେ ‘ସିଙ୍ଗର ନଥିଲେ ସେ ଥିଲେ ପ୍ରକୃତ ତାରକା ଯେ ଆଜି ଆମ ସଭିଙ୍କୁ ଛାଡି ଆକାଶକୁ ଚାଲିଯାଇଛନ୍ତି’ । ଆମକୁ ବିଶ୍ୱାସ ହେଉନାହିଁ ମୁନବିନ୍ ଆମ ଭିତରେ ନାହନ୍ତି ବୋଲି । ଆମେ ତାଙ୍କୁ ବୋହୁତ ମିସ୍ କରିବୁ । ତାଙ୍କ ଆତ୍ମକୁ ଶାନ୍ତି ମିଳୁ ।

ତେବେ ସାଉଥ୍ କୋରିଆରେ ପୁରା କୋରିଆନ ପପ୍ ବ୍ୟାଣ୍ଡରେ ଏବେ ଶୋକାକୂଳ ପରିବେଶ ଛାୟିଯାଇଛି । ମାତ୍ର ୨୫ ବର୍ଷ ବୟସରେ ମୁନବିନ୍ କାହିଁକି ଜୀବନ ହାରିଲେ ଏହା କେହିବି ବିଶ୍ୱାସ କରିପାରୁନ ନାହାନ୍ତି । ଏନେଇ ବିଶ୍ୱର ବିଭିନ୍ନ ଦେଶର ଫ୍ୟନ୍ସ ମାନେ ଟ୍ୱିଟରରେ ନିଜ ନିଜ ସମବେଦନା ବାର୍ତ୍ତା ସେୟାର କରୁଛନ୍ତି ।

୧- ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ କେ-ପପ୍ ବାଳକ ବ୍ୟାଣ୍ଡ ASTRO ରେ ଯୋଗଦେବା ପୂର୍ବରୁ ମୁନବିନ୍ ଜଣେ ମଡେଲ୍ ଏବଂ ଅଭିନେତା ଭାବରେ କାର୍ୟ୍ୟ କରିଥିଲେ।
୨-ସେ ଅଳ୍ପ ବୟସରେ ଅଭିନୟ ଆରମ୍ଭ କରିଥିଲେ ଏବଂ ଲୋକପ୍ରିୟ କେ-ଡ୍ରାମା (BOYS OVER FLOWERS)ଅଭିନୟ କରିଥିଲେ, ଅଭିନେତା କିମ ବମ୍ଙ୍କ ଚରିତ୍ରର ଅଭିନୟ କରିଥିଲେ
୩- ASTRO ରେ ଯୋଗଦେବା ପୂର୍ବରୁ, ମୁନବିନ୍ ପିଲାଦିନେ ଫାଣ୍ଟାଗିଓର ତାଲିମ କାର୍ୟ୍ୟକ୍ରମରେ ନାମ ଲେଖାଇଥିଲେ । ସେ ଫେବୃଆରୀ ୨୩, ୨୦୧୬ ରେ ବ୍ୟାଣ୍ଡ ସହିତ ଡେବ୍ୟୁ କରିଥିଲେ।
୪-କେ-ପପ୍ ଗାୟକ ASTRO ର ପ୍ରଥମ ସବ୍-ଗ୍ରୁପ୍ ଭାବେ ମୁନବିନ୍ ଆଣ୍ଡ ସାନହା ଯୋଗ ଦେଇଥିଲେ, ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ୧୪ ସେପ୍ଟେମ୍ବର ୨୦୨୦ ରେ ଡେବ୍ୟୁ କରିଥିଲା।
୫-ଆସନ୍ତା ମାସରେ ହେବାକୁ ଥିବା ଡ୍ରିମ୍ କନ୍ସର୍ଟରେ ଦକ୍ଷିଣ କୋରିଆର ସବୁଠାରୁ ବଡ କେ-ପପ୍ ମିଳିତ କନ୍ସର୍ଟରେ ମୁନବିନ୍ ଏବଂ ସାନହା ଅଭିନୟ କରିବାକୁ ଯାଉଥିଲେ କିନ୍ତୁ ଯୋଜନା ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

Leave a Reply

Your email address will not be published. Required fields are marked *