Pratidin TV

Odisha's Digital News Platform

ପୁଣି ଅଶାନ୍ତ ଭଦ୍ରକ ; ଫେସବୁକ୍ ରେ ଆପତ୍ତି ଜନକ ପୋଷ୍ଟକୁ ନେଇ ତୁମୁଳକାଣ୍ଡ , ଜାରିହେଲା ୧୬୩ ଧାରା

1 min read

ଭଦ୍ରକ ; ଫେସବୁକ୍ ରେ ଆପତ୍ତି ଜନକ ପୋଷ୍ଟିଂ କୁ ଆଧାର କରି ଭଦ୍ରକ ସହରରେ ଦେଖା ଦେଇଥିବା ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଧାରା ଜାରି କରାଯାଇ । ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରନାଧିନ ଅଛି ।

ଘଟଣାଟି ଏମିତିକି ସୋସିଆଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ଗିରଫ ଦାବି କରି ରାଲି ଚାଲିଥିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୩ ପୋଲିସ ଅଧିକାରୀ ଆହତ ହୋଇଥିଲେ। ତା’ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖିଛି ।

Advertisement

ଏହି ପରିପ୍ରେକ୍ଷୀରେ ଧାମନଗର ଥାନାରେ ମଧ୍ୟ ଏକ ସମ୍ପ୍ରଦାୟ ର ବହୁ ଲୋକ ଠୁଳ ହୋଇ ଅଭିଯୋଗ କରିବାକୁ ଆସିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଭଙ୍ଗ ହେବା ଆଶଙ୍କା ଥିବାରୁ ସେଠାରେ ମଧ୍ୟ ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଧାରା ଜାରି କରାଯାଇଛି । ସେଠାରେ ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ଏହା ବଜାୟ ରଖିବାକୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନ କରି ଶାନ୍ତି ସହାବସ୍ଥାନ ବଜାୟ ରଖିବା ପାଇଁ ପ୍ରଶାସନ କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଙ୍କୁ ଅନୁରୋଧ କରାଯାଉଛି ।

ଅନ୍ୟପଟେ ଡିଆଇଜି କହିଛନ୍ତି ଯେ ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ତଦନ୍ତ କରୁଛି । ପୋଷ୍ଟରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ସହ ଉପଦ୍ରବ କରିଥିବା ଓ ଢେଲା ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି କହିଛନ୍ତି ଡିଆଇଜି ।

Leave a Reply

Your email address will not be published. Required fields are marked *