Pratidin TV

Odisha's Digital News Platform

ଓଡିଶାରୁ ଟଳିଲା ବାତ୍ୟା ବିପଦ !ଏବେ କରି ପାରିବେ ମହାପ୍ରଭୁଙ୍କର ଦର୍ଶନ ..

1 min read

ଲ୍ୟାଣ୍ଡଫଲ କରି ସାରିଛି ବାତ୍ୟା ଦାନା । ଓଡ଼ିଶା ଉପରୁ ଟଳିଯାଇଛି ବାତ୍ୟା ବିପଦ ।  ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବାବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି ।କୋଣାର୍କ ସୂର୍ଯ୍ୟ ମନ୍ଦିର  କୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ଓ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ ।

ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ,  ଜିଲ୍ଲାରେ ବାତ୍ୟାର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ । କିନ୍ତୁ ଆଗକୁ ବର୍ଷାର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *