Pratidin TV

Odisha's Digital News Platform

ଟିକ୍‌ଟକ୍‌ ଉପରୁ  ହଟିଲା ପ୍ରତିବନ୍ଧକ !

1 min read

ପୁଣିଥରେ ଫେରିଲା ଟିକଟକ୍ ଆପ୍ । ଦିନେ ଟିକଟକ୍ ରେ ସର୍ଟ ଭିଡିଓ କରିବା ସମସ୍ତଙ୍କୁ ବହୁତ ପସନ୍ଦ ଥିଲା ।  ହେଲେ ପରେ ଏହା ଉପରେ ନିଷିଦ୍ଧାଦେଶ ଲଗାଇଥିଲେ ସରକାର  । ଯାହାପରେ ଅନେକ ଟିକଟକ୍ ଷ୍ଟାର ନିରାଶ ହୋଇଥିଲେ । ତେବେ ଆସିଛି ଖୁସି ଖବର ଟିକଟକ୍  ଉପରୁ ହଟିଛି କଟକଣା ।  ସୂଚନାନୁଯାୟୀ  ଭାରତର ପଡୋଶୀ ଦେଶ ନେପାଳ ଟିକ୍‌ଟକ୍ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ତେବେ କେତେକ ସର୍ତ୍ତରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ସେ ସମ୍ପର୍କରେ ଜାଣିବା।

ସୂଚନା ଥାଉକି ଯେ ନେପାଳ ସରକାର ପ୍ରାୟ ୯ ମାସ ପୂର୍ବରୁ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସାମାଜିକ ଗଣମାଧ୍ୟମ ଏବଂ ସଦ୍‌ଭାବନାକୁ ଭଣ୍ଡୁର କରିବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଥିଲା। ସେଥିପାଇଁ ନେପାଳ ସରକାର ଏହି ଆପକୁ ବେଆଇନ ଘୋଷଣା କରିଥିଲେ।ସେହିପରି ପାକିସ୍ତାନ ମଧ୍ୟ ଟିକ୍‌ଟକ୍‌କୁ ପ୍ରାୟ ୪ ଥର ନିଷିଦ୍ଧ କରିଛି। କିନ୍ତୁ ପୁନର୍ବାର ଏଥିରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଚାଇନାରେ ଟିକ୍‌ଟକ୍ ଉପରେ ଆଂଶିକ ନିଷେଧାଦେଶ ରହିଛି। ଏହାର କେତେକ ବୈଶିଷ୍ଟ୍ୟ ମଧ୍ୟ ଏଠାରେ ପ୍ରତିବନ୍ଧିତ। ଏହା ବ୍ୟତୀତ ଇଣ୍ଡୋନେସିଆରେ ଟିକ୍‌ଟକ୍‌ର କିଛି ଫିଚରକୁ ନିଷେଧ କରାଯାଇଛି ଯାହାକି ସରକାରୀ ନିୟମ ବିରୁଦ୍ଧ ଅଟେ।

Advertisement

Leave a Reply

Your email address will not be published. Required fields are marked *