Pratidin TV

Odisha's Digital News Platform

SIଙ୍କୁ ହାଣିଲେ ଅବସର ପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ….

1 min read

ବାଙ୍କୀ ; ବାଙ୍କୀରେ ଚାଞ୍ଚଲ୍ୟ । ପୋଲିସ ଏସଆଇଙ୍କୁ ହାଣିଲେ ଯବାନ । ବାଙ୍କୀ ହରିରାଜପୁର ଅବସରା ପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କ ବର୍ବର କାଣ୍ଡ । ଗିରଫ୍ କରିବାକୁ ଯାଇଥିବା ବେଳେ ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଯବାନ ।

ସୂଚନା ଅନୁଯାୟୀ କିଛି ଦିନ ପୂର୍ବେ ବାଙ୍କୀ ବଜାରରେ ଖଣ୍ଡା ଧରି ଲୋକଙ୍କୁ ଗୋଡାଇବା ସହ ଆତଙ୍କ ଖେଳାଇଥିଲେ ସରୋଜ୍। ହାତରେ ଏକ ଅଭିଯୋଗ ପତ୍ର ସହ ଖଣ୍ଡା ଧରି ଅନେକ ସମୟ ଯାଏଁ ଆତଙ୍କ ଖେଳାଇଥିଲେ ସରୋଜ । ପୋଲିସ କର୍ମଚାରୀଙ୍କ ବୁଝାସୁଝା ପରେ ଫେରିଯାଇଥିଲେ ।

Advertisement

ତେବେ ପୁଣି ସେ ଆତଙ୍କ ଖେଳାଉଥିବା ଅଭିଯୋଗ ପରେ ଆଜି ବାଙ୍କୀ ଥାନା ଏସଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଳ ତାଙ୍କୁ ଗିରଫ୍ କରିବାକୁ ଯାଇଥିବା ବେଳେ ସରୋଜ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ଆଜି ଆଦିମାତା ଛକରେ ସରୋଜଙ୍କୁ ଗିରଫ୍ କରିବାକୁ ଯିବା ସମୟରେ ଏସଆଇ ଓ କନଷ୍ଟେବଳଙ୍କୁ ଖଣ୍ଡାରେ ଗୋଡାଇ ଆକ୍ରମଣ କରିଥିଲେ । ଫଳରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୀ ହସ୍ପିଟାଲ ଭର୍ତ୍ତି କରାଯାଇଛି । ତେବେ ପୂର୍ବରୁ ମଧ୍ୟ ବାଙ୍କୀର ଜଣେ ମହିଳା ଏସଆଇଙ୍କୁ ଆକ୍ରମଣ କରିଥିଲେ ସରୋଜ୍ । କିନ୍ତୁ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଏଭଳି ପଦକ୍ଷେପ ଉଠାଇବା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ସରୋଜଙ୍କ ଏସବୁ କରିବା ପଛର ପ୍ରକୃତ କାରଣ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *