Pratidin TV

Odisha's Digital News Platform

ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଘରେ ପଶି ଛୁରାମାଡ କଲେ ଦୁବୁର୍ତ୍ତ …..

1 min read

ଯାଜପୁର ; ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଅଵସର ପ୍ରାପ୍ତ ଡାକ୍ତରଙ୍କୁ ଛୁରା ମାଡ। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ।

ଖବର ଅନୁଯାୟୀ ଆଜି ଭୋର ୪.୩୦ ସମୟରେ ତାଙ୍କର ଘର ଟାଉନଥାନା ଅଧିନ ଚାରିଘରିଆରେ ଥିବା ବେଳେ ଘରେ ପଶି ତାଙ୍କୁ ଛୁରା କିଛି ଦୁର୍ବୃତ୍ତ ମାଡ କରି ଥିଲେ । ଦେହର ୭ରୁ ଅଧିକ ସ୍ଥାନରେ ଛୁରା ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅଵସ୍ଥାରେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisement

ଅଘଟଣ ଘଟିବା ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ। ଭଦ୍ରକ ଟାଉନ ଥାନାଠାରୁ ରଘୁନାଥଙ୍କ ଘର ୫୦୦ ମିଟର ଦୂର ହୋଇଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଚୋରି ଉଦ୍ଦେଶ୍ୟରେ ଆସି ଛୁରା ମାଡ ହୋଇଥିବା ଅନୁମାନ କରୁଛନ୍ତି ପରିବାର । କାରଣ ପୂର୍ବରୁ ମଧ୍ୟ ତିନି ତିନି ଥର ଚୋରି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ହେଲେ ପୁଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *