Pratidin TV

Odisha's Digital News Platform

ରେବନ୍ତଙ୍କ ବଡ ଖୁଲାସା; ଏଥିରେ ଲଢ଼ିବେ ସୋନିଆ, ପ୍ରିୟଙ୍କା….

1 min read

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କ ବଡ଼ ଖୁଲାସା। ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ନିର୍ବାଚନ ଲଢ଼ିବାକୁ ନେଇ ବଡ଼ ଖୁଲାସା କରିଛନ୍ତି ରେବନ୍ତ ରେଡ୍ଡୀ।ରେବନ୍ତ କହିଛନ୍ତି ଆଗାମୀ ନିର୍ବାଚନରେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ।ଏହି କଥା ରେବନ୍ତ ସିଧା ସିଧା କହିଛନ୍ତି ।ରେବନ୍ତ ଏହା କକହିବା ସହ ଆହୁରି ମଧ୍ୟ ଗଣମାଧ୍ୟମକୁ କହୁଥିବାର ଶୁଣିବାକୁ ମିଳିଛି।

ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଗତ ବର୍ଷ ଡିସେମ୍ବର ୭ତାରିଖ ଦିନ ଶପଥ ନେଇଥିଲେ । କିନ୍ତୁ ରେବନ୍ତ ରେଡ୍ଡୀଙ୍କର ମୁଖ୍ୟମନ୍ତ୍ରୀ ପଦର ଯାତ୍ରା ଏତେ ସହଜ ନଥିଲା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବନ୍ତ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ ଓ ରାଜନୀତିକ ପଟ୍ଟ ପରିବର୍ତ୍ତନରେ ରେବନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା ରହିଥିଲା। ୫୪ ବର୍ଷ ବୟସରେ ରେବନ୍ତ ରେଡ୍ଡୀ ତାଙ୍କ ରାଜନୈତିକ କେରିଅର ଏବିଭିପିରୁ ଆରମ୍ଭ କରିଥିଲେ । ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ । ପରେ କଂଗ୍ରେସରେ ଗୋଡ ଦେଇଥିଲେ । କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାଜଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ରେବନ୍ତ ରେଡ୍ଡୀ ୨୦୨୧ରେ ପିସିସି ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଦେଇଥିଲା ।

Advertisement

ରେବନ୍ତଙ୍କ କାର୍ଯ୍ୟ ଶୈଳୀରେ କଂଗ୍ରେସ ପ୍ରଶଂସିତ ହୋଇ ତାଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କରାଇଥିଲେ। ଆଉ ଏବେ ରେବନ୍ତ ନିଜେ ଖୁଲାସା କରିଛନ୍ତି ସୋନିଆ ଓ ପ୍ରିୟଙ୍କା ନିର୍ଵାଚନ ପାଇଁ ଲଢ଼ିବେ। ତେବେ ଏହି ଖବରର ଖୁଲାସା ପରେ ତେଲେଙ୍ଗାନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *