Pratidin TV

Odisha's Digital News Platform

ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ : ପୁରାତନ ଛାତ୍ରନେତା ଓ ବୁଦ୍ଧିଜୀବୀ ସାମୁଖ୍ୟର ବୈଠକ..

1 min read

ରେଭେନ୍ସା ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ । ରେଭେନ୍ସା ନାମକୁ ପରିବର୍ତ୍ତନ କରାଯାଇ ଓଡ଼ିଶାର ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରାଯାଉ । ଏପରି ଦାବି କରି କଟକରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର, ପୁରାତନ ଛାତ୍ରନେତା ଓ ବୁଦ୍ଧିଜୀବୀଙ୍କ ନେତୃତ୍ୱରେ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଓ ବିଶ୍ଵବିଦ୍ୟାଳୟର ନାମକୁ ପରିବର୍ତ୍ତନ କରାଯାଇ ଓଡ଼ିଶାର ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି ।

ରେଭେନ୍ସା ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଆଲୋଚନା ଓ ବିତର୍କ ପାଇଁ ଆହ୍ବାନ ଦେଇଥିଲେ। ହେଲେ କିଛି ଗୋଷ୍ଠୀ ଏହାକୁ ନେଇ ବିବାଦ ସୃଷ୍ଟି କରି ଶିକ୍ଷାନୁଷ୍ଠାନ ମାନଙ୍କରେ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି । ବ୍ରିଟିଶ ଶାସନ ଅମଳରେ ଯିଏ ନଅଙ୍କ ଦୁର୍ଭିକ୍ଷର ଖଳନାୟକ ଥିଲେ, ଯେଉଁ ଗୋରା ସାହେବଙ୍କ ଯୋଗୁଁ ଲକ୍ଷାଧିକ ଓଡିଆଙ୍କ ଜୀବନ ଗଲା ତାଙ୍କ ପାଇଁ ଏତେ ଦରଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ । ଦୀର୍ଘ ୩୦ ବର୍ଷ ଧରି ରେଭେନ୍ସା ବିଶ୍ଵବିଦ୍ୟାଳୟର ସ୍ଥିତି ବେହାଲ ଥିବା ବେଳେ କର୍ମଚାରୀ ସଠିକ୍ ଢଙ୍ଗରେ ଦରମା ପାଉନଥିଲେ।

Advertisement

ପର୍ଯ୍ୟାପ୍ତ ପରିମାଣର ଅଧ୍ୟାପକ କିମ୍ବା ଅଧ୍ୟାପିକା ମଧ୍ୟ ନାହାଁନ୍ତି । ଲଗାଣ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ପୁରା କ୍ୟାମ୍ପସ । ହେଲେ ଯେଉଁମାନେ ନାମ ପରିବର୍ତ୍ତନକୁ ନେଇ ବିରୋଧ କରୁଛନ୍ତି ସେମାନେ ଏହି ସବୁ ସମସ୍ୟା ନେଇ କାହିଁକି ବିରୋଧ କରୁନଥିଲେ ବୋଲି ପ୍ରଶ୍ନ କରିଛନ୍ତି ପୁରାତନ ଛାତ୍ର ଓ ଛାତ୍ର ନେତା । ଅନ୍ୟପଟେ ରେଭେନ୍ସା ନାଁ ପରିବର୍ତ୍ତନ ସହ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲେ ଏହାର ଶିକ୍ଷାର ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ଗବେଷଣା ନିମନ୍ତେ ଭିତ୍ତିଭୂମି ତିଆରି ହେବ । ଏହା ସହ ଆଧୁନିକ ଜ୍ଞାନକୌଶଳର ଅଧିକ ପ୍ରୟୋଗ କରାଯିବ ବୋଲି କହିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ତଥା କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ।

Leave a Reply

Your email address will not be published. Required fields are marked *