Pratidin TV

Odisha's Digital News Platform

ବାତ୍ୟାରେ ଘର ଭାଙ୍ଗିଥିଲେ ମିଳିବ ପକ୍କାଘର – ରାଜସ୍ୱ ବିପର୍ଯ୍ୟୟ ପରିଚାଳକ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ଘୋଷଣା …

1 min read

ଟଳିଲା ବିପଦ , ଥମିଲା ଦାନା । ଆଉ ଏହାରି ଭିତରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳକ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ ଘୋଷଣା କରିଛନ୍ତି । ଆଜି ବାତ୍ୟା ପରବର୍ତ୍ତୀ ଆଲୋଚନାରେ ଗଣମାଧ୍ୟମ ସାମ୍ନାରେ ଏହି ଘୋଷଣା କରିଛନ୍ତି ମନ୍ତ୍ରୀ ।

ବାତ୍ୟାରେ ଯେଉଁ ପରିବାରଙ୍କ ଘର ଭାଙ୍ଗିଯାଇଛି, କିମ୍ବା କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ପକ୍କା ଘର ପାଇଁ ସହାୟତା ପ୍ରଦାନ କରିବେ ସରକାର। ଏନେଇ ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଶନିବାର ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ।

Advertisement

ଆଗାମୀ ୭ ଦିନ ଭିତରେ ବାତ୍ୟାରେ କେତେ କ’ଣ କ୍ଷତି ହୋଇଛି, କେତେ ଫସଲ ଏବଂ ଘର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇ ରିପୋର୍ଟ ଆସିବ। ଯେଉଁ ପରିବାରଙ୍କ ଘର ବାତ୍ୟାରେ ଭାଙ୍ଗିଥିବା ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *