Pratidin TV

Odisha's Digital News Platform

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା , ଇସ୍ତଫା ଦେଲେ ମେଡିକାଲ୍ କଲେଜ ପ୍ରିନ୍ସପାଲ୍ ।

କୋଲକାତାରେ ତେଜିଛି ଡାକ୍ତର ଛାତ୍ରଙ୍କ ଆନ୍ଦୋଳନ । ଇସ୍ତଫା ଦେଲେ ମେଡିକାଲ୍ କଲେଜ ହସ୍ପିଟାଲର ଜଣେ ଟ୍ରେନି
ମହିଳା ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା ଘଟଣାରେ ପ୍ରତିବାଦ କରିଛନ୍ତି ଦେଶବ୍ୟାପି ଡାକ୍ତର ଦଳ । ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ସ୍ଥଗିତ ରଖିବାକୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଘଟଣାରେ ଅପରାଧୀକୁ କଡ଼ାରୁ କଡ଼ା ଦଣ୍ଡ ଦେବା ସହ ପୀଡିତଙ୍କ ପରିବାରକୁ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ସଂଘ ଦାବି କରିଥିବା ବେଳେ ଆରଜି କର ହସ୍ପିଟାଲର ପ୍ରିନ୍ସପାଲ ସନ୍ଦୀପ ଘୋଷ ସୋମବାର ଇସ୍ତଫା ଦେଇଛନ୍ତି।ଡାକ୍ତର ଘୋଷ କେବଳ ଡାକ୍ତରଖାନାର ପ୍ରିନ୍ସପାଲ ପଦରୁ ଇସ୍ତଫା ଦେଇନାହାଁନ୍ତି ବରଂ ସରକାରୀ ସେବାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସନ୍ଦୀପ ଘୋଷ କହିଛନ୍ତି, “ମୁଁ ସୋସିଆଲ ମିଡିଆରେ ବଦନାମ ହେଉଛି। ମୃତ ଡାକ୍ତର ମୋ ଝିଅ ପରି ଥିଲେ। ଜଣେ ପିତାମାତା ଭାବରେ ମୁଁ ଇସ୍ତଫା ଦେଉଛି। ଭବିଷ୍ୟତରେ ଏହା ଘଟିବା ମୋର ପସନ୍ଦ ନୁହେଁ।” ଏହି ସମୟରେ ଲାଲବାଜାରର କୋଲକାତା ପୋଲିସ ମୁଖ୍ୟାଳୟକୁ ତିନିଜଣ ଜୁନିଅର ଡାକ୍ତର ଏବଂ ଜଣେ ଗୃହରକ୍ଷୀ କର୍ମଚାରୀଙ୍କୁ ଡକାଯାଇଛି। କୋଲକାତା ପୋଲିସ ସୂତ୍ର ଅନୁଯାୟୀ, ଘଟଣା ରାତିରେ ସେମାନେ ଡ୍ୟୁଟିରେ ଥିଲେ।

ଅନ୍ୟପଟେ ଜଣେ ମହିଳା ଡାକ୍ତରଙ୍କ ସହ ଏଭଳି ଘଟଣା ଘୃଣ୍ୟ ଓ ନିନ୍ଦନୀୟ, ଏହା ଉପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ସଂଘ। କେବଳ ଏହା କୋଲକାତାର ଘଟଣା ନୁହେଁ, ଆଜି ସାରା ଦେଶର ଡାକ୍ତରମାନେ ଏହା ବିରୋଧରେ ଏକଜୁଟ ହୋଇଛନ୍ତି। ଆଜିର ଧର୍ମଘଟ ସମୟରେ ଡାକ୍ତର ମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ନକରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଶ୍ଚିତ କରିବା ଉଚିତ ବୋଲି ଫୋର୍ଡା ପକ୍ଷରୁ କୁହାଯାଇଛି।

ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର କୋଲକାତା ସହରରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। କୁକର୍ମ ପରେ ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ।

Leave a Reply

Your email address will not be published. Required fields are marked *