Pratidin TV

Odisha's Digital News Platform

ଫିଟିଲା ଏକ୍ସ ପ୍ରିନ୍ସିପାଲଙ୍କ କଳାପେଡ଼ି , ବାଂଲାଦେଶକୁ ବିକୁଥିଲେ ଅଚିହ୍ନା ମୃତଦେହ ..

ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାଁ ସଙ୍ଗୀନ ଅଭିଯୋଗ ହୋଇଛି। ହସ୍ପିଟାଲର ଅଚିହ୍ନା ଶବ ଗୁଡିକୁ ସେ କୁଆଡେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ହୋଇଛି। ହସ୍ପିଟାଲର ପୂର୍ବ ସୁପରଟେଣ୍ଡ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅବୈଧ ଗତିବିଧୀରେ ସାମିଲ୍‌ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରନ୍ତି। ପୂର୍ବ ସୁପରଟେଣ୍ଡ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ  କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ତସ୍କରରେ ସାମିଲ୍‌ ଅଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଇଛନ୍ତି। ଯାହାଦ୍ୱାରା ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରିପାରିବେ। ଏପଟେ , ସନ୍ଦୀପ ଘୋଷ ଚାରିଆଡୁ ଘେରି ରହିଛନ୍ତି। ବୁଧବାର ଲଗାତର ଷଷ୍ଠ ଦିନରେ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା ଜାରି ରଖିଛି। ଏପର୍ଯ୍ୟନ୍ତ ଘୋଷଙ୍କୁ ୬୩ ଘଣ୍ଟା ଧରି ସିବିଆଇ ଜେରା କରିସାରିଲାଣି। ଆଗକୁ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା ତଥା ଲାଏଡିଟେକସନ୍‌ ଟେଷ୍ଟ ମଧ୍ୟ କରିବ। ସେପଟେ ଆର୍ଥିକ ଅନିୟମିତତା ସହ ଜଡିତ ନୂଆ ମାମଲାରେ ଡକ୍ଟର ଘୋଷଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲରେ ଆଜି ପୁଲିସ ସମ୍ମୁଖରେ ତାଙ୍କୁ ହାଜର କରାଯାଇ ତାଙ୍କ ବୟାନ ରେକର୍ଡ କରାଯିବ।

Leave a Reply

Your email address will not be published. Required fields are marked *