Pratidin TV

Odisha's Digital News Platform

ଜେଲରେ କାଟିଥିବା ଦିନକୁ ମନେପକାଇ ଅଭିନେତ୍ରୀଙ୍କ ଆଖିରୁ ଝରିଲା ଲୁହ, କହିଲେ ଜୀବନ ନର୍କ ଠାରୁ ବି ହୀନ ଥିଲା..

ମୁମ୍ବାଇ : ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଫିଲ୍ମ ଅପେକ୍ଷା ଦିବ୍ୟଗଂତ ଅଭିନେତା ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ବେଶି ଚର୍ଚ୍ଚାରେ ରହିଥିଲେ । ତେବେ ପ୍ରେମ ସମ୍ପର୍କକୁ ନେଇ ଲୋକଙ୍କୁ ପ୍ରଥମେ ଜଣା ପଡି ନଥିବା ବେଳେ ମହାମାରୀ ସମୟରେ ସୁଶାନ୍ତ ଜବୀନ ହାରିବା ପରେ ସବୁ କଥାକୁ ପଦାରେ ପକାଇଥିଲା । ଏବଂ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲାଗିଥିଲେ । ସ୍ୱର୍ଗତ ଅଭିନେତାଭ୍‌କପରବିାର ପକ୍ଷରୁ ଅଭିଯୋଗ କରାଯାଇଥିଲା ସେ ସୁଶାନ୍ତଙ୍କ ଜୀବନ ହାରିବା ପଛର କାରଣ ରିୟା ଅଟନ୍ତି । ଯାହାଫଳରେ ରିୟାଙ୍କୁ ପୋଲିସର ସାମ୍ନା କରିବାକୁ ପଡିଥିଲା । ଏବଂ ପରେ ତାଙ୍କୁ ମୁମ୍ବାଇର ଜେଲରେ କିଛି ଦିନ କାଟିବାକୁ ପଡିଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସେ ଜେଲରେ ୨୮ଦିନ କାଟି ଥିଲେ । ପରେ ସେ ବେଲରେ ଆସିଥିଲେ । ହେଲେ ଜେଲରେ କାଟିଥିବା ଦିନକୁ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ଅଭିନେତ୍ରୀ । ଆଜି ବି ଜେଲ କଥା ମନେ ପକାଇ ସେ କହିଛନ୍ତି ଜେଲରେ ମୋ ଜୀବନ ନର୍କ ଠାରୁ ବଳି ଥିଲା । ଯାହାକୁ ମୁଁ କେବେ ବି ଭୁଲି ପାରି ନାହିଁ ।

ସୂଚନାମୁତାବକ , ୨୦୨୦ ମସିହା ଜୁନ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସ ଭବନରେ ଚୂନି ଲଗାଇ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ । ଏହାରି ଭିତରେ ବିତିଗଲାଣି ୩ବର୍ଷ । ହେଲେ ଆଜି ବି ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ମନେ ପକାଉଛନ୍ତି ଏବଂ ସୁଶାନ୍ତଙ୍କ ପାଇଁ ଆଜି ବି ଅଭିନେତ୍ରୀ ରିୟାଙ୍କୁ ଦାୟି କରି ଆସୁଛନ୍ତି । ଅନେକ ସମୟରେ ରିୟା ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏବଂ ଜେଲରେ କାଟିଥିବା ଦିନକୁ ମନେ ପକାଇ ଆଜି ବି ଆଖିରୁ ଲୁହ ଝରାଉଛନ୍ତି । ଧୀରେ ଧୀରେ ସେ ନିଜ କ୍ୟାରିୟର ଉପରେ ଫୋକସ ଦେବା ଆରମ୍ଭ କରିଲେଣି କିନ୍ତୁ ଏବେ ଅନେକ ତାଭ୍‌କୁ ସୁଶାନ୍ତଙ୍କ ଦୋଷୀ ବୋଲି ଦାବି କରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *