Pratidin TV

Odisha's Digital News Platform

ବାଜିଲା ଖବର ; ବଦଳିଲେ ଆର୍,ଆଇ ଏବଂ ଚେନମ୍ୟାନ

ବୌଦ୍ଧ : “ପ୍ରତିଦିନ ଟିଭି” ର ପ୍ରଭାବ ବଦଳିଲେ ରାଜସ୍ୱ ନିରୀକ୍ଷକ ଓ ଚେନମ୍ୟାନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ୍ ଅନ୍ତର୍ଗତ ମନମୁଣ୍ଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜମି ମାପକୁ ନେଇ କାର୍ଯ୍ୟାଳୟ କର୍ମଚାରୀମାନେ ମହରଗୁ ମେହେର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନେବା ସହ ଜମି ମାପ ପାଇଁ ହଇରାଣ କରୁଥିବା ଘଟଣା ଗତ ଏପ୍ରିଲ୍ ୨୨ ତାରିଖରେ ପ୍ରଥମେ ପ୍ରତିଦିନ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ପରେ ଉକ୍ତ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ଖରଜୁରା ଗ୍ରାମର ମହରଗୁ ମେହେର ତାଙ୍କ ପିତା ଦୀନବନ୍ଧୁ ମେହେରଙ୍କ ନାମରେ ମନମୁଣ୍ଡା ରାଜସ୍ୱ ଅଧିନସ୍ଥ ମାଝିପଡ଼ା ମୌଜାଠାରେ ଥିବା ଜମିକୁ ମାପ କରିବା ପାଇଁ ଆର୍,ଆଇ ଅଫିସକୁ ଦୌଡ଼ି ନୟାନ୍ତ ହେବା ସହ କର୍ମଚାରୀ ମାନେ ଦାବୀ କରୁଥିବା ଟଙ୍କା ମଧ୍ୟ ଦେଇଥିଲେ। ତାପରେ ମଧ୍ୟ ଜମି ମାପ ନହେବାରୁ ଗଣମାଧ୍ୟମର ସାହାଯ୍ୟ ନେଇଥିଲେ ମହରଗୁ।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଯାହାକୁ କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକ ମନମୁଣ୍ଡା ଆର୍,ଆଇ ଶରତ ବେହେରାଙ୍କୁ ଘଣ୍ଟାପଡ଼ାକୁ ବଦଳି କରିଥିବା ବେଳେ ଚେନମ୍ୟାନ୍ ସତ୍ୟାନନ୍ଦ ନାଏକଙ୍କୁ କଣ୍ଟାମାଳ ବଦଳି ହୋଇଥିବା ଜଣାପଡିଛି। କେବଳ ବଦଳିରେ ସୀମିତ ନରଖି ବୌଦ୍ଧ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *