ଭିଜିଲାନ୍ସ ଜାଲରେ RI
1 min readଭୁବନେଶ୍ୱର : ରାଜ୍ୟର ସରକାରୀ କାର୍ଯ୍ୟସ୍ତରରେ ଅନେକ ଜାଗରେ ଲାଞ୍ଚୁଆ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତ୍ୟକ ଦିନ କେହିନା କେହି ସରକାରୀ କର୍ମଚାରୀ ଧରାପଡୁଛନ୍ତି ଭିଜିଲାନ୍ସ ହାତରେ । ସେହିପରି ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଜଣେ ମହିଳା ଆର୍ଆଇ ।
ବାଲେଶ୍ୱର ଜିଲ୍ଲା ବଇଂଚା ବ୍ଲକର ଆର୍ଆଇ ଡଲି ଜେନାଙ୍କୁ ଆଜି ଲାଞ୍ଚ ନେଉଥିବା ଅବସ୍ଥାରେ ଧରିଛି ଭିଜିଲାନ୍ସ । ମୃତ୍ୟୁ ସାର୍ଟିଫିକେଟ କରେଇ ଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ ବୋଲି ସୂଚନା ମିଳୁଛି ।