Pratidin TV

Odisha's Digital News Platform

ରାଇସ୍ ମିଲର ମାଲିକଙ୍କୁ ଅପହରଣ , ଲକ୍ଷାଧିକ ଟଙ୍କା ଦାବି କରୁଛି ଦୁର୍ବୁତ୍ତ ..

1 min read

ବୋରିଗୁମ୍ମା ରେ  ଚାଞ୍ଚଲ୍ୟ। ଗତ କାଲି ରାତିରେ  ଜଣେ ମିଲ ମାଲିକ ଙ୍କ ଅପହରଣ ହୋଇଛି। ତାଙ୍କ କାରର କାଚ ଭାଙ୍ଗି  କାର ଭିତରକୁ ପଶି ତାଙ୍କୁ ଅପହରଣ  କରାଯାଇଥିବା ସୂଚନା ମିଳିଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ  A ରମେଶ  ପାତ୍ର।  ସେ ପେରାହାଣ୍ଡି  SLVN ମୋଡେନ ରାଇସ ମିଲ ର ମାଲିକ।ଗତ ରାତି୮.୩୦ ମିନିଟ ସମୟରେ ସେ ପେରାହାଣ୍ଡି ମିଲ ରୁ ନିଜ ଘର  କୁମୁଲି ପୁଟ ଫେରିବା ସମୟ ରେ  ପେରା ହାଣ୍ଡି ବ୍ରିଜ ନିକଟରେ କିଛି ଦୁର୍ବୁତ୍ତ ତାଙ୍କ କାର କୁ ଅଟକାଇ କାର ର କାଚ ଭାଙ୍ଗି  ତାଙ୍କ କାର ରେ ହିଁ ତାଙ୍କୁ ଅପହରଣ କରି ନେଇଗଲେ । 

କେଉଁ ଥି ପାଇଁ ଏହି ମିଲ ମାଲିକ ଙ୍କୁ ଅପହରଣ ହୋଇଛି ତାହା ସ୍ୱଷ୍ଟ ହୋଇନଥିବା ବେଳେ ଅପହରଣ କାରୀ ମାନେ ଫୋନ ଯୋଗେ ଲକ୍ଷାଧିକ ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଛି।ସେପଟେ ବୋରିଗୁମ୍ମା ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *