‘ହିତାଧିକାରୀଙ୍କ ଘରେ ପହଞ୍ଚିବ ବାୟୋମେଟ୍ରିକ୍ସ ସହ ଚାଉଳ’- ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
1 min readଆଜି ବିଧାନସଭାର ସପ୍ତମ ଦିନରେ ସ୍ୱଭାବିକ ରହିଛି ପ୍ରଶ୍ନକାଳ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ୍ୟ ଲୋକ ମାନଙ୍କ ପାଖରେ ପିଡିଏସ୍ ସମାଗ୍ରୀ କିଭଳି ପହଞ୍ଚାଇବେ ତାକୁ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଗଣେଶ୍ୱର ।
ଯାହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପିଏଏସ୍ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁମାନଙ୍କ ବୟସାଧିକ୍ୟ କାରଣରୁ ଟିପ ଚି଼ହ୍ନ ଦେଇପାରୁନାହାଁନ୍ତି ସେମାନଙ୍କ ସ୍ୱତନ୍ତ୍ର ଆପ୍ ବା ବାୟୋମେଟ୍ରିକ୍ସ ଆଣିବେ ସରକାର ।