Pratidin TV

Odisha's Digital News Platform

ସୋସିଆଲ ମିଡିଆରେ ଗୁଡନ୍ୟୁଜ ଦେଲେ ବଲିଉଡ ଦମ୍ପତି ରିଚା ଓ ଅଲି….

1 min read

ବଲିଉଡ ଅଭିନେତ୍ରୀ ରିଚା ଚଢା ହେବାକୁ ଯାଉଛନ୍ତି ମାଆ | ନିଜ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟକୁ ଆସିଛନ୍ତି ବଲିଉଡ ଷ୍ଟାର ଦମ୍ପତି ରିଚା ଚଢା ଏବଂ ଅଲି ଫୈଜଲ | ଦୀର୍ଘ ଦିନ ଧରି ଡେଟ କରିବା ପରେ ୨0୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ରିଚା ଚଢା ଓ ଅଲି ଫୈଜଲ ଏବେ ହେବାକୁ ଯାଉଛନ୍ତି ବାପା ମାଆ |ରିଚା ଏବଂ ଅଲି ନିଜ ଇନଷ୍ଟାଗ୍ରାମର ଦୁଇଟି ଫଟୋ ପୋଷ୍ଟ କରିଛନ୍ତି | ଦମ୍ପତି ବହୁ ଆକର୍ଷଣୀୟ ଢଙ୍ଗରେ ସେମାନଙ୍କ ଜୀବନର ବଡଖୁସି ସେଆର କରିଛନ୍ତି |

ରିଚା ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ଗର୍ଭଧାରଣ ଅଛନ୍ତି ବୋଲି ବହୁ ଖୁସିର ସହ ଜଣାଇଛନ୍ତି | ସେ ଗୋଟେ ପୋଷ୍ଟରରେ ଦୁଇଟି ଫଟୋ ସେଆର କରିଛନ୍ତି | ପ୍ରଥମ ଫଟୋରେ ଗାଣିତିକ ଭାଷାରେ ୧+୧=୩ ଲେଖା ହେବାରଦେଖିବାକୁ ମିଳିଥିଲା | ଏହିଁ ଫଟୋ ମାଧ୍ୟମରେ ବଲିଉଡ ଦମ୍ପତି କହିଛନ୍ତି ଯେ ସେମାନେ ୨ ରୁ ୩ ହେବାକୁ ଯାଉଛନ୍ତି | ପରବର୍ତ୍ତୀ ଫଟୋରେ, ରିଚା ଓ ଅଲି ଏକ ରୋମାଣ୍ଟିକ ଫଟୋ ସେ ସେଆର କରିଛନ୍ତି |

Advertisement

ରିଚା ଓ ଅଲିଙ୍କର ଏହି ପୋଷ୍ଟ ବହୁତ ଭାଇରଲ ହେବାରେ ଲାଗିଛି | କାରଣ ସେ ବହୁତ ନିଆରା ଢଙ୍ଗରେ ନିଜର ଖୁସିକୁ ସେଆର କରିଛନ୍ତି | ଯାହା ଲୋକଙ୍କୁ ବହୁତ ଆକର୍ଷିତ କରିଛି | ଏହି ପୋଷ୍ଟ କଲା ବେଳେ ମଧ୍ୟ ସେ ଏକ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି | ସେ ଲେଖିଛନ୍ତି, ‘ଆମ ଦୁନିଆର ସବୁଠାରୁ ଛୋଟ ହ୍ରୁଦସ୍ପନ୍ଦନ ହେଉଛି ଦ୍ରୁତତମ | ତାଙ୍କର ଏହି ଖୁସି ଖବର ସେଆର ହେବ ପରେ ପ୍ରଶଂସକ ସହ ସେଲିବ୍ରିଟି ମାନେ ଅଭିନନ୍ଦନ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *