Pratidin TV

Odisha's Digital News Platform

୨୦୧୧ ବିଶ୍ୱକପ ଫାଇନାଲକୁ ପୁଣିଥରେ ମନେ ପକାଇଦେବ ଆଜିର ଭାରତ-ଶ୍ରୀଲଙ୍କା ମ୍ୟାଚ୍‌..

1 min read

୨୦୧୧ ବିଶ୍ୱକପକୁ ପୁଣି ଥରେ ମନେ ପକାଇ ଦେଉଛି ଆଜି ଖେଳାଯିବାକୁ ଥିବା ମ୍ୟାଚ । କାରଣ ଆଜିକୁ ୧୨ ବର୍ଷ ତଳେ ସେହି ମୁମ୍ବାଇର ୱାଙ୍ଖଡେ ମୈଦାନରେ ଫାଇନାଲ ପାଇଁ ମୁହାଁମୁହିଁ ହୋଇଥିଲେ ଇଣ୍ଡିଆ ଶ୍ରୀଲଙ୍କା । ହେଲେ ଆଜି ହେଉଛି ଚଳିତ ବିଶ୍ୱକପର ଏକ ଲିଗ୍ ମ୍ୟାଚ ଲଢେଇ । ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ର ୧୩ ତମ ସଂସ୍କରଣର ଆଜି ହେଉଛି ୩୩ତମ ମ୍ୟାଚ । ଯାହା ମୁମ୍ବାଇରେ ଆଉ କିଛି ଘଣ୍ଟା ପରେ ଖେଳାଯିବ । ଆଉ ଚଳିତ ବିଶ୍ୱକପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା ।

ତେବେ ଭାରତ ତାର ୭ମ ବିଜୟ ପାଇଁ ମୈଦାନକୁ ଓହ୍ଲାଇବ । ୬ଟି ବିଜୟ ହାସଲ କରି ଭାରତ ସେମି ପାଇଁ ନିଜ ସ୍ଥାନ ପକ୍କା କରି ସାରିଛି । କିନ୍ତୁ ଆଜିର ମ୍ୟାଚ ପରେ ସିଧାସଳଖ ଭାରତ ସେମି ଫାଇନାଲରେ ପ୍ରବେଶ କରିବ । ଅନ୍ୟପଟେ ଶ୍ରୀଲଙ୍କା ପାଇଁ ଏକ ପ୍ରକାର କର ବା ମର ପରସ୍ଥିତି ରହିଛି ।

ଶ୍ରୀଲଙ୍କାକୁ ସେମିରେ ସ୍ଥାନ ପାଇବା ପାଇଁ ଶେଷ ୩ଟି ମ୍ୟାଚକୁ ଜିତିବାକୁ ପଡିବ । ୬ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ । ଆଜିର ମ୍ୟାଚକୁ ଦେଖି ଦର୍ଶକଙ୍କ ୨୦୧୧ର ମ୍ୟାଚ କଥା ମନେ ପଡିଯିବ । ସେତେବେଳେ ଭାରତର ଦାୟିତ୍ୱ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ ଥିଲା ଏବଂ ଚଳିତ ଥର ରୋହିତ ଶର୍ମାଙ୍କ ହାତରେ ରହିଛି । ଶ୍ରୀଲଙ୍କା ଚଳିତ ବିଶ୍ୱକପରେ ୬ଟି ମ୍ୟାଚରୁ ମୋଟ ୨ଟି ଜିତିଛି ।

Leave a Reply

Your email address will not be published. Required fields are marked *