Pratidin TV

Odisha's Digital News Platform

ପାଖେ ଆସୁଛି ସମୟ, ଆଉ ମାତ୍ର କେଇଟା ଘଣ୍ଟାକୁ ଅପେକ୍ଷା, ବିଶ୍ୱକପ ଟ୍ରଫି ପାଇଁ ଟକ୍କର ଦେବ ୧୦ଟି ଦଳ..

ସରିଛି ଅପେକ୍ଷାର ଦିନ । ଆଉ ହାତରେ ମାତ୍ର କେଇଟା ଘଣ୍ଟା ବାକି ଅଛି । ସମୟ ଯେମିତି ପାଖଉଛି ଉତ୍ସାହ ଉତ୍କଣ୍ଠା ସେତିକି ବଢୁଛି । ସରିଛି ପ୍ରସ୍ତୁତି ଆଉ ତା ସହ ପ୍ରସ୍ତୁତ ରହିଛନ୍ତି ସମସ୍ତ ଟିମ୍ କେବଳ ମୂହୁର୍ତ୍ତକୁ ଅପେକ୍ଷା । କିଛି ଘଣ୍ଟା ପରେ ଚିୟରଅଫରେ କମ୍ପିବ ଷ୍ଟାଡିୟମ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇସିସି କ୍ରିକେଯ ବିଶ୍ୱକପ୨୦୨୩ ଚଳିତ ଥର ଏହାର ୧୩ତମ ସଂସ୍କରଣ ହେବ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟୋଡିୟମରେ ବାଜିବ ବିଶ୍ୱକପ ବିଗୁଲ । କପ ଜିତିବା ଲକ୍ଷ ନେଇ ମୈଦାନକୁ ଓହ୍ଲାଇବ ସମସ୍ତ ଟିମ । ଆଜି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହେବ ମ୍ୟାଚ । ତେବେ ଚଳିତ ବିଶ୍ୱକପରେ ୧୦ଟି ଦଳ ଅଂଶଗ୍ରହଣ କରୁଛି । ଟ୍ରଫି ପାଇଁ ହେବ ଜୋରଦାର ଟକ୍କର ।

ଏଥର ଭାରତ ଆୟୋଜନ କରୁଥିବା କ୍ରିକେଟ୍ ବିଶ୍ୱକପ୍‌ରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ ।ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ୧୯ ନଭେମ୍ବରରେ ଫାଇନାଲ୍ ମୁକାବିଲା ହେବା । ବିଶ୍ୱକପ୍‌ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଖେଳିବେ ।

ଏସୀୟ ମହାଦେଶର ଏହା ହେବ ସର୍ବବୃହତ୍ତ କ୍ରିକେଟ ମହାକୁମ୍ଭ । ପୂର୍ବରୁ ଭାରତରେ ୧୯୮୭, ୧୯୯୬ ଓ ୨୦୧୧ରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହୋଇଥିଲା । ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ଏକକ ଭାବେ ଉକ୍ତ ପ୍ରତିଯୋଗିତାକୁ ଆୟୋଜନ କରୁଛି । ତେବେ ମୋଟ ୧୦ଟି ଗ୍ରାଉଣ୍ଡ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ, ମୁମ୍ବଇର ୱାଙ୍ଖଡେ ଓ ପୁଣେରେ, ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡ଼ିୟମ, ଧର୍ମଶାଳାର ଏଚ୍‌ପିସି ଷ୍ଟାଡ଼ିୟମ, ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ, ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମ, କଲକାତାର ଇଡେନଗାର୍ଡେନ, ଲକ୍ଷ୍ନୌ ଏକ୍‌ନା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯିବ । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ୧୯ ନଭେମ୍ବରରେ ଫାଇନାଲ୍ ମୁକାବିଲା ହେବା ।

Leave a Reply

Your email address will not be published. Required fields are marked *