Pratidin TV

Odisha's Digital News Platform

‘ମୁଝୁସେ ସାଦି କରୋଗି ’, ନିଆରା ଢଙ୍ଗରେ କନିଆଁ ଖୋଜୁଛନ୍ତି ଅଟୋ ଚାଳକ …

1 min read

ଅଟୋରେ ଲାଗିଛି ହୋଡିଂ । ସେହି ହୋଡିଂରେ ଲେଖା ହୋଇଛି ବ୍ୟକ୍ତିଙ୍କ ନାମ , ବୟସ , ଆଉ ଯୋଗ୍ୟତା । ଆଉ ସବୁଠୁ ବଡ କଥା ଏହି ହୋଡିଂରେ ଲେଖା ହୋଇଛି ଏଥିରେ କୌଣସି ଜାତି ଏବଂ ଧର୍ମର ବନ୍ଧନ ନାହିଁ । ଯେ କେହିବି ଚାହିଁବେ ଆବେଦନ କରିପାରିବେ । ତେବେ ଆପଣ ଏହା ଦେଖି ଏହା ନିଶ୍ଚୟ ଚାକିରୀ ପାଇଁ ଆବେଦନ । ଯଦି ଆପଣ ଏହା ଭାବୁଛନ୍ତି ତାହେଲେ ନିଶ୍ଚୟ ଭୁଲ୍ ଭାବୁଛନ୍ତି । ଏହି ଯୁବକ ଜଣକ ଭିନ୍ନ ଅନ୍ଦାଜରେ ନିଜ ପାଇଁ ଜୀବନ ସାଥୀ ଖୋଜୁଛନ୍ତି । ସେଥିପାଇଁ ନିଜ ଅଟୋରେ ବିଜ୍ଞାପନ ଲଗାଇ ବୁଲୁଛନ୍ତି । ସେଥିରେ ସେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ସେହି ଇ ଅଟୋକୁ ନେଇ ସାରା ସହର ବୁଲୁଛନ୍ତି । ଯେଉଁଠାକୁ ସେ ଅଟୋ ନେଇ ଯାଉଛନ୍ତି ସେଠାରେ ଲୋକେ ତାଙ୍କ ବିଜ୍ଞାପନ ପଢିବାରେ ଲାଗି ପଡୁଛନ୍ତି ।

ଯେଉଁଥିପାଇଁ ଏହି ଯୁବକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯୁବକଙ୍କ ନାମ ଦୀପେନ୍ଦ୍ର ରାଠୋର ଅଟେ । ତାଙ୍କ ବୟସ ୩୦ ବୋଲି ସେ କହିଛନ୍ତି । ହେଲେ ତାଙ୍କର କୌଣସି ବିବାହ ପ୍ରସ୍ତାବ ଆସୁନାହିଁ । ସେ ଚାହୁଁଛନ୍ତି ତାଙ୍କ ବିବାହ ହୋଇଯାଉ । ସେଥିପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି । ରାଠୋର କହିଛନ୍ତି ଯେ ସେ ଜାତି କିମ୍ବା ଧର୍ମ ନିର୍ବିଶେଷରେ ଯେକୌଣସି ମହିଳାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି । ସେ କହିଛନ୍ତି ଯେ ସେ ଏକ ‘ମ୍ୟାରେଜ୍ ଗ୍ରୁପ୍‌’ ଜରିଆରେ କନ୍ୟା ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଜ ସହରରୁ କୌଣସି ଉପଯୁକ୍ତ ପାତ୍ରୀ ପାଇ ପାରିନଥିଲେ । ତେଣୁ ସେ ପଦକ୍ଷେପ ନେଇ ହୋର୍ଡିଂ ଜରିଆରେ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisement

ହୋର୍ଡିଂରେ ରାଠୋରଙ୍କ ଉଚ୍ଚତା, ଓଜନ, ଜନ୍ମ ତାରିଖ ଓ ସମୟ, ବ୍ଲଡ୍ ଗ୍ରୁପ୍‌, ଶିକ୍ଷାଗତ ଯୋଗ୍ୟତା, ‘ଗୋତ୍ର’ ଏବଂ ଫୋନ୍ ନମ୍ବର ପ୍ରଦର୍ଶିତ ହୋଇଛି । ରାଠୋର କହିଛନ୍ତି ଯେ ଯଦି ସେ ଦମୋହ ବାହାରୁ ଆସିଥିବା ଜଣେ ମହିଳାଙ୍କ ସହ ମେଳ ଖାଏ ବା ମନ ମିଶିବ ତେବେ ତାଙ୍କୁ ବିବାହ କରିବାକୁ ମଧ୍ୟ ସେ ଇଚ୍ଛୁକ । ସେ କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କର ଅଣପାରମ୍ପରିକ ଆଭିମୁଖ୍ୟକୁ ସମର୍ଥନ କରନ୍ତି, କାରଣ ସେମାନେ ପୂଜାରେ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ ପାଇଁ ଝିଅ ଖୋଜିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ । ତେବେ ରାଠୋର ବିଶ୍ୱାସ ରଖିଛନ୍ତି ଯେ ଏହି ବିଜ୍ଞାପ ଜରିଆରେ ସେ ତାଙ୍କର ଜୀବନ ସାଥୀକୁ ଖୁବ୍ ଶୀଘ୍ର ପାଇଯିବେ ।

Leave a Reply

Your email address will not be published. Required fields are marked *