Pratidin TV

Odisha's Digital News Platform

ପ୍ରଥମ ପ୍ରୟାସରେ IAS ବନିଲେ ରିକ୍ସାବାଲାଙ୍କ ପୁଅ ଗୋବିନ୍ଦ , ପିଲାଦିନେ ହରେଇଥିଲେ ମା’ଙ୍କୁ ଆଉ ବାପାଙ୍କ ବଳିଦାନ ବନାଇଲା ଅଫିସର …

1 min read

ଆମ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ UPSC ଅନ୍ୟତମ । ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷା ପାଇଁ IAS, IPS, IFS, ଏବଂ IRS ଅଧିକାରୀ ହେବା ପାଇଁ ଉପସ୍ଥିତ ହୁଅନ୍ତି । ଅନେକ ଆଶାୟୀ UPSC ସିଭିଲ ସର୍ଭିସ ପରୀକ୍ଷାକୁ କ୍ଲିଅର କରିବାକୁ ୨-୩ ଚେଷ୍ଟା କରନ୍ତି । କିନ୍ତୁ ଆଜି ଆମେ ଜଣେ ଏପରି ଆଇଏସ୍ ଅଫିସରଙ୍କ ବିଷୟରେ କହିବୁ ଯିଏ ନିଜର ପ୍ରଥମ ପ୍ରୟାସରେ ୟୁପିଏସି କ୍ଲିଅର କରିଛନ୍ତି । ଆଜିର ପିଲାମାନଙ୍କୁ ବାପା ମା ସବୁ ସୁିବିଧା ଦେଇ ମଧ୍ୟ ସେମାନେ ପାଠରେ ମନ ଲଗାଉନାହାନ୍ତି । କିନ୍ତୁ ଜଣେ ରିକ୍ସା ବାଲାଙ୍କ ପୁଅଯିଏ ପିଲାଦିନୁ ନିଜ ମାଙ୍କୁ ହରାଇ ଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ନିଜ ଲକ୍ଷଚୂତ ହୋଇନଥିଲେ । ବାପାଙ୍କୁ ଗର୍ବିତ କରିବାର କୌଣସି ମୌକା କୁ ସେ ହାତଛଡା କରିନଥିଲେ ।

ଆଇଏଏସ୍ ଅଧିକାରୀ ଗୋବିନ୍ଦ ଜୈସୱାଲ ,ଯିଏ ପ୍ରଥମ ପ୍ରୟାସରେ ୟୁପିଏସି ପରୀକ୍ଷାକୁ କ୍ଲାକ୍ କରିଥିଲେ। ତେବେ ଗୋବିନ୍ଦଙ୍କ କାହାଣୀ ଖୁବ୍ ପ୍ରେରଣା ଦାୟକ । କାରଣ ସେ କୌଣସି ବଡ ଘରର ପୁଅ ନଥିଲେ କି ବାପାଙ୍କ ଆର୍ଥିକ ସମ୍ଭଳ ସେତେଟା ସୁଦୃଢ ନଥିଲା ସେ ଶୂନରୁ ଆରମ୍ଭ କରିଥିଲେ । ଯେଉଁଥିପାଇଁ ତାଙ୍କ ବାପା ରିକ୍ସା ଚାଳକଙ୍କ ମାଲିକରୁ ଜଣେ ସାଧାରଣ ରିକ୍ସା ଚାଳକ ବନିଥିଲେ । ୧୯୯୫ ରେ ଗୋବିନ୍ଦଙ୍କ ବାପା ୩୫ ରିକ୍ସା ମାଲିକ ଥିଲେ କିନ୍ତୁ ପତ୍ନୀଙ୍କ ଅସୁସ୍ଥତା ହେତୁ ତାଙ୍କୁ ୨୦ ବିକ୍ରି କରିବାକୁ ପଡିଲା । ଦୁର୍ଭାଗ୍ୟବଶତ, ଗୋବିନ୍ଦଙ୍କ ମା ୧୯୯୫ ରେ ଦେହାନ୍ତ ହୋଇଥିଲେ। ପୁଅର ଶିକ୍ଷା ପାଇଁ ଗୋବିନ୍ଦଙ୍କ ପିତା ରିକ୍ସା ମାଲିକଙ୍କଠାରୁ ରିକ୍ସା ଚାଳକ ବନିଥିଲେ । ତାଙ୍କ ପିତା ଗୋବିନ୍ଦଙ୍କ ପାଇଁ ହିରୋ ଭାବରେ ଆସିଥିଲେ। ସେ ଗୋବିନ୍ଦଙ୍କ ପାଠ ପଢା ପାଇଁ ଆଉ ୧୪ ଟି ରିକ୍ସା ବିକ୍ରି କରିଦେଇଥିଲେ , କେବଳ ଗୋଟିଏ ରିକ୍ସା ନିଜ ପାଖରେ ରଖିଥିଲେ , ଯାହା ସେ ନିଜ ପୁଅର ଶିକ୍ଷା ପାଇଁ ଚଳାଇବାକୁ ଲାଗିଲେ।

Advertisement

ଆଉ ବାପାଙ୍କ ଏହି ବଳିଦାନ ଦେଖି ପୁଅ ଗୋବିନ୍ଦ ଦିନରାତି ଏକ କରିଦେଲେ । ଆଉ ନିଜ ପରୀକ୍ଷା ପାଇଁ ପ୍ରୟାସ ଚଳାଇଲେ , ଶେଷରେ ୨୦୦୬ ମସିହାରେ ବାପା ଓ ପୁଅ ଦୁହିଁଙ୍କ ପରିଶ୍ରମର ଶ୍ରେୟ ମିଳିଲା । ଗୋବିନ୍ଦ ୨୦୦୬ ରେ ପ୍ରଥମ ପ୍ରୟାସରେ UPSC ରେ ୪୮ ତମ ସ୍ଥାନ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *