Pratidin TV

Odisha's Digital News Platform

ଡିସେମ୍ବରରେ ଶୁଭମାନ ଗିଲଙ୍କୁ ବିବାହ କରିବେ ରିଦ୍ଧିମା ? ଅଭିନେତ୍ରୀ କହିଲେ ଦୁହିଁଙ୍କ ସମ୍ପର୍କ ବିଷୟରେ..

1 min read

ଭାରତୀୟ ଷ୍ଟାର  କ୍ରିକେଟର ଶୁବମନ ଗିଲ୍‌ । ତାଙ୍କୁ ସବୁବେଳେ ଚର୍ଚ୍ଚା କିଏ ତାଙ୍କର ଡ୍ରିମ ଗାର୍ଲ, ଆଉ କିଏ ହେବ ତାଙ୍କ ଲାଇଫ ପାର୍ଟନର । କେତେବେଳେ  ତାଙ୍କ ନାଁ  ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍‌ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍‌ଙ୍କ ସହ ଯୋଡ଼ା ହୋଇଥାଏ  । ହେଲେ ଏବେ ସବୁ ଚର୍ଚ୍ଚାର ପୂର୍ଣ୍ଣଛେଦ ପକାଇ  ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି । ଶୁବମନଙ୍କଠାରୁ ରିଦ୍ଧିମା ୧୦ ବର୍ଷ ବଡ଼।

ଅନେକ ରିପୋର୍ଟରେ ଦର୍ଶାଯାଇଛି, ରିଦ୍ଧିମା ଏବଂ ଶୁବମନ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ଖବର କୁ ନେଇ ରିଦ୍ଧିମା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରିଦ୍ଧିମା କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ସେ ଶୁବମନଙ୍କୁ ବିବାହ କରୁନାହାନ୍ତି। ନିକଟରେ  ଅନ୍‌ଲାଇନରେ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ‘ବୋହୂ ହମାରି ରଜନୀକାନ୍ତ’ ଅଭିନେତ୍ରୀ ଡିସେମ୍ବର ୨୦୨୪ରେ ଶୁବମନଙ୍କୁ ବିବାହ କରିବେ।

Advertisement

ଏହାକୁ ନେଇ ରିଦ୍ଧିମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମୁଁ ଶୋଇ ଉଠିଲା ବେଳକୁ ସକାଳୁ ମୋତେ ସାମ୍ବାଦିକମାନେ ମୋ’ ବିବାହ ବିଷୟରେ ପଚାରିବାରୁ ମୁଁ ତାଙ୍କୁ ପଚାରିଲି କେଉଁ ବିବାହ? ମୁଁ ବିବାହ କରୁନାହିଁ ଏବଂ ଯଦି ମୋ ଜୀବନରେ ଏହିପରି କିଛି ବିଶେଷ ଘଟଣା ଘଟେ, ତେବେ ମୁଁ ନିଜେ ଏହାକୁ ଘୋଷଣା କରିବି।ରିଦ୍ଧିମା ଆହୁରି କହିଛନ୍ତି, ଏହି ଖବରରେ କୌଣସି ସତ୍ୟତା ନାହିଁ। ରିଦ୍ଧିମା ପଣ୍ଡିତ ବୋହୂ ହାମାରୀ ରଜନୀକାନ୍ତ ଏବଂ ଖତରା  ଖତରା  ଭଳି ଟେଲିଭିଜନ ଶୋ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିଲେ | ତାଙ୍କୁ ବିଗ୍ ବସ୍ OTT ର ପ୍ରଥମ ସିଜନରେ ମଧ୍ୟ ଦେଖିବାକୁ ମିଳିଥିଲା ​​|

Leave a Reply

Your email address will not be published. Required fields are marked *