ଭଗବାନ ଶିବଙ୍କୁ ପୂଜା କରିବାର ଜାଣନ୍ତୁ ସଠିକ୍ ବିଧି ; ତୁରନ୍ତ ପୂର୍ଣ୍ଣ ହେବ ମନସ୍କାମନା…
1 min readଭୁବନେଶ୍ୱର : ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ପୂଜା ବିଧି ରହିଛି । କିନ୍ତୁ ଆମେ ସବୁକୁ ସଠିକ୍ ଢଙ୍ଗରେ ପାଳନ କରିନଥାଉ । ଯାହା ଦ୍ୱାରା ଆମେ ଉପଯୁକ୍ତ ଆର୍ଶିବାଦ/ଫଳ ପାଇପାରୁନା । ଯଦି ଆମେ ଆମର ଦୈନନ୍ଦିନ ଜୀବନରେ ଏଭଳି ଛୋଟ ଛୋଟ ପୂଜା ବିଧିକୁ ଲକ୍ଷ ଦେବ ତେବେ ଭଗବାନଙ୍କ ଆର୍ଶୀବାଦ ଆମ ମାନଙ୍କ ଉପରେ ସଦା ସର୍ବଦା ରହିବ ।
ଚାଲନ୍ତୁ ଆଜି ଜାଣିବା ମହାଦେବ ଏବଂ ବାହନ ନନ୍ଦି ମହାରାଜଙ୍କ ପୂଜା ବିଧି ବିଷୟରେ । କିଭଳି ଡାକିଲେ ଶୁଣିଥାନ୍ତି ଭୋଳାଶଙ୍କର । ଆମେ ଯେତେବେଳେ କୌଣସି ଶିବ ମନ୍ଦିରକୁ ଯାଉ ମହାଦେବଙ୍କ ପୂର୍ବରୁ ନନ୍ଦି ମହାରାଜଙ୍କୁ ଦର୍ଶନ କରିଥାଉ । କାରଣ ଭଗବାନ ଶିବଙ୍କର ଅତି ପ୍ରିୟ ବାହନ ନନ୍ଦୀ । ହିନ୍ଦୁ ଧର୍ମ ରେ ବିଶ୍ୱାସ କରାଯାଏ ଯେ ନନ୍ଦୀ ମହାରାଜ ସବୁବେଳେ ଭଗବାନ ମହାଦେବଙ୍କ ସହିତ ରୁହନ୍ତି । ଏହି କାରଣରୁ ପ୍ରତି ଶିବ ମନ୍ଦିର ସମ୍ମୁଖରେ ନନ୍ଦୀଙ୍କ ମୂର୍ତ୍ତି ନିଶ୍ଚିତ ଭାବରେ ପୂଜା କରାଯାଇଥାଏ । ଶିବ ମନ୍ଦିରରେ ଦ୍ୱାରପାଳ ଭାବରେ ବିରାଜିତ ଥାଆନ୍ତି ନନ୍ଦି ମହାରାଜ । ଶିବଙ୍କ ପୂଜା ସହିତ ତାଙ୍କ ବାହନ ନନ୍ଦୀଙ୍କୁ ମଧ୍ୟ ପୂଜା କରାଯାଇଥାଏ । ମାନ୍ୟତା ରହିଛି ଯେ ମହାଦେବଙ୍କ ପାଖରେ ଭକ୍ତଙ୍କ ସବୁ ମନସ୍କାମନା ପହଞ୍ଚାଇଥାନ୍ତି ନନ୍ଦି ମହାରାଜ ଏବଂ ସେ ମହାଦେବଙ୍କ ଠାରୁ ବରଦାନ ପାଇଛନ୍ତି ତାଙ୍କ କାନରେ ଯଦି କୌଣସି ଭକ୍ତ ନିଜ ଇଛା /ମନସ୍କାମନା ଜଣାନ୍ତି ସେସବୁ ପୂରଣ ହୁଏ । ତେଣୁ ଶିବ ମନ୍ଦିର ଭିତରକୁ ଯିବା ପୂର୍ବରୁ ପ୍ରଥମେ ନନ୍ଦି ମହାରାଜଙ୍କୁ ଦର୍ଶନ କରି ତାଙ୍କ କାନରେ ନିଜ ମନସ୍କାମନା ଜଣାଇଥାନ୍ତି ଭକ୍ତଗଣ । ବିଶ୍ୱାସ କରାଯାଏ ଯେ, ନନ୍ଦୀଙ୍କ କାନରେ ମନର ଇଚ୍ଛା କହିବା ଦ୍ୱାରା ତାହା ଖୁବ ଶୀଘ୍ର ପୂରଣ ହୁଏ । କିନ୍ତୁ କିଛି ଜଣଙ୍କ ଇଚ୍ଛା ତୁରନ୍ତ ପୂରଣ ନହେବା ମଧ୍ୟ ଦେଖିବାକୁ ମିଳେ । କାରଣ ସେମାନେ ସଠିକ ଉପାୟରେ ନନ୍ଦୀଙ୍କ କାନରେ କଥା କହିନଥାନ୍ତି । ତେଣୁ ଆଜି ଆପଣଙ୍କୁ ଜଣାଇବୁ ଆପଣ କିପରି ନନ୍ଦୀଙ୍କ କାନରେ ସଠିକ ଭାବରେ ମନର କଥା କହିବେ ।
ଧାର୍ମିକ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କ କାନରେ ଇଚ୍ଛା କହିବାର କିଛି ସଠିକ୍ ଉପାୟ କୁହାଯାଇଛି । ତେବେ ପ୍ରଥମ ସୁତ୍ର ଏହା ଯେ, ଯଦି ଆପଣ ଶିବ ମନ୍ଦିରକୁ ଯାଉଛନ୍ତି ତେବେ ପ୍ରଥମେ ମହାଦେବଙ୍କ ବାହନ ନନ୍ଦୀଙ୍କୁ ପୂଜା କରନ୍ତୁ । ନନ୍ଦୀଙ୍କୁ ପୂଜା ନକରି କେବଳ ଶିବଲିଙ୍ଗଙ୍କୁ ପୂଜା କଲେ ଆପଣଙ୍କ ମନସ୍କାମନା ପୂରଣ ହେବନାହିଁ । ଶିବଲିଙ୍ଗଙ୍କୁ ଯଥା ବିଧିରେ ପୂଜା କରିବା ପରେ ନିଶ୍ଚିତ ଭାବରେ ମହାଦେବଙ୍କ ବାହନ ନନ୍ଦୀଙ୍କ ସାମ୍ନାରେ ଏକ ଦୀପ ଜାଳନ୍ତୁ । ଏହା ସହିତ ମହାଦେବଙ୍କ ଆରତୀ କରିବା ସମେତ ତାଙ୍କ ବାହନ ନନ୍ଦୀଙ୍କ ନିକଟରେ ମଧ୍ୟ ଆରତୀ କରନ୍ତୁ ।
ଏହା ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ତାଙ୍କର ଅଧିକାଂଶ ସମୟ ଧ୍ୟାନରେ ବିତାଇଥାନ୍ତି । ଯେପରି ମହାଦେବଙ୍କ ଧ୍ୟାନରେ ବାଧା ନଉପୁଜେ ସେଥିପାଇଁ ଲୋକମାନେ ନନ୍ଦୀଙ୍କ କାନରେ ସେମାନଙ୍କର ମନର କଥା ପରିପ୍ରକାଶ କରିଥାନ୍ତି । ତାପରେ ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଭୋଗ ଲାଗି କରନ୍ତି । ଏଥି ସହିତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ନିଜେ ନନ୍ଦୀଙ୍କୁ ବର ଦେଇଛନ୍ତି ଯେ, ଯେଉଁ ଭକ୍ତ ତୁମର କାନରେ ତାର ମନର ଇଚ୍ଛା ପରିପ୍ରକାଶ କରିବେ ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ ।