Pratidin TV

Odisha's Digital News Platform

ଜୁଲାଇରୁ ଦେଶର ଲାଗୁ ହେବ ନୂଆ ଅପରାଧିକ ଆଇନ୍ ..

1 min read

କେନ୍ଦ୍ର ସରକାର ପାରିତ କରିଥିବା ନୂଆ ଅପରାଧିକ ଆଇନ୍ରେ ଲାଗିଲା ମୋହର । ତିନି ସଂଶୋଧିତ ନ୍ୟାୟିକ ଅଧିନିୟମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି । ଏହି ନିୟମ ଚଲିତ ଜୁଲାଇ ପହିଲାରୁ ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ୩ ଅପରାଧିକ ନିୟମ ଭିତରେ ଭାରତୀୟ ଦଣ୍ଡ ସଂହିତା କୁ ପରିବର୍ତ୍ତିତ କରି ଭାରତୀୟ ନ୍ୟାୟ ସଂହିତା ,ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ, ଭାରତୀୟ ସାକ୍ଷ ଅଧିନିୟମ ଓ କ୍ରିମିନାଲ ପ୍ରୋସିଡିଓର କୋଡ ପରିବର୍ତ୍ତେ ଏବେ ‘ଭାରତୀୟ ନାଗରିକ ସୁରକ୍ଷା ଅଧିନିୟମ’କାର୍ଯ୍ୟକାରୀ ହେବାକୁ ଯାଉଛି । ସ୍ୱାଧୀନତା ପୂର୍ବରୁ ଦେଶରେ ପ୍ରଚଳିତ ହେଉଥିବା ଏହି ନ୍ୟାୟିକ ଅଧିନିୟମରେ ସଂଶୋଧନ ଆଣି କେନ୍ଦ୍ର ସରକାର ଏହାକୁ ଐତିହାସିକ ବୋଲି କହିଥିଲେ । ଗତବର୍ଷ ଡିସେମ୍ବର ୨୧ ତାରିଖରେ ଏହି ୩ ସଂଶୋଧିତ ଅଧିନିମୟମକୁ ସଂସଦରେ ପାରିତ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଆଗତ କରିବା ଏହି ନିୟମରେ ସଂଶୋଧନର ଆବଶ୍ୟକତା ସମ୍ପର୍କରେ ତର୍କ ରଖିଥିଲେ । ପରେ ଏହା ୨୫ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଭ କରିଥିଲା ।

ଏବେ ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଅଧିନିୟମ ଅନୁସାରେ କୌଣସି ଅପରାଧିକ ମାମଲାର ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବିଚାର ପ୍ରକ୍ରିୟାରେ ପୋଲିସ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥା ଉଭୟ କାର୍ଯ୍ୟ କରିବେ ।

Advertisement

Leave a Reply

Your email address will not be published. Required fields are marked *