Pratidin TV

Odisha's Digital News Platform

ଆଇପିଏଲ ଜିତି ପଡିଆ ମଝିରେ ପନ୍ତଙ୍କୁ ଭିଡିଓ କଲ କଲେ ରିଙ୍କୁ , ରିଙ୍କୁଙ୍କ ଭିଡିଓ କଲ ଦେଖି ଖୁସି ହୋଇଗଲେ ପନ୍ତ ..

1 min read

ଆଇପିଏଲ୍ ୨୦୨୪ର ଚାମ୍ପିୟନ ହୋଇଛି କୋଲକାତା ନାଇଟ୍ ରାଇଡର୍ସ୍।କୋଲକାତା ନାଇଟ୍ ରାଇଡର୍ସ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ନିଜ ନାଁରେ କରିଛି । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି କେକେଆର । ଏହି ସମୟରେ ଷ୍ଟାଡିୟମରେ ଶାହାରୁଖଙ୍କ ସହ କୋଲକାତା ନାଇଟ୍ ରାଇଡର୍ସ୍ ର ପୁରା ପରିବାର ସେଲିବ୍ରେସନ କରିଥିଲେ   । ହେଲେ ଠିକ ଏହି ସମୟରେ ରିଙ୍କୁ  ଭିଡିଓ କଲ କରି ଋଷଭ ପନ୍ତଙ୍କ ସହ ମଜାଳିଆ ଢଙ୍ଗରେ କଥା ହୋଇଥିଲେ  । ଦୁହେଁ ଦୁହିଁଙ୍କ ସହିତ ଖୁସିରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ରିଙ୍କୁଙ୍କ ସହିତ ନୀତୀଶ ରାଣା ମଧ୍ୟ ପନ୍ତଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। କେକେଆର ବିଜୟ ପରେ ରିଙ୍କୁ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲେ   । କେକେଆର ବିଜୟକୁ ନେଇ ରିଙ୍କୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ପନ୍ତ ।

ଭିଡିଓରେ, ରିଙ୍କୁ କହିଥିଲେ ଯେ ସେ ୨୮ ତାରିଖ ଦିନ ଆମେରିକା ଯାଉଛନ୍ତି । ଏହି ସମୟରେ ତାଙ୍କ ସହିତ ଅନ୍ୟ ଖେଳାଳି ବି ସେଠାରେ ଉପସ୍ଥିତ ଥିଲେ । ଟି-20 ବିଶ୍ୱକପ ଦଳରେ ରିଙ୍କୁଙ୍କୁ ରିଜର୍ଭ ଖେଳାଳି ଭାବରେ ଚୟନ କରାଯାଇଛି । ଭାରତୀୟ ଦଳର ପ୍ରଥମ ବ୍ୟାଚ୍ ଟି -20 ବିଶ୍ୱକପ ପାଇଁ ଆମେରିକାରେ ପହଞ୍ଚିଛି । ଭାରତୀୟ ଦଳ ବାଂଲାଦେଶ ସହିତ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ଯାଉଛି। ଏଥି ସହିତ ୫ ଜୁନ୍ ରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହା ବ୍ୟତୀତ ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଜୁନ୍ ୯ରେ ପାକିସ୍ତାନ ସହ ଏକ ବଡ଼ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ ।

Leave a Reply

Your email address will not be published. Required fields are marked *