Pratidin TV

Odisha's Digital News Platform

ରିଙ୍କୁ ସିଂହ ଙ୍କ ଟାଟୁ GODSPLAN ରେ ଲୁଚିଛି ଅନେକ ରହସ୍ୟ , ନିଜେ କ୍ରିକେଟର କରିଲେ ଏହାର ଖୁଲାସା …

1 min read

ଅକ୍ଟୋବର 6 ତାରିଖରେ ବାଂଲାଦେଶ ବିପକ୍ଷରେ ଟି20 ସିରିଜର ମ୍ୟାଚ୍‌ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ହେଲେ ଏହାପୂର୍ବରୁ ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଦୁଇଦଳ କରୁଛନ୍ତି ଝାଳବୁହା ଅଭ୍ୟାସ । ହେଲେ ଏହା ମଧ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଭାରତୀୟ ଯୁବ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ।କାରଣ ହାତରେ ସେ କରିଥିବା ନୂଆ ଟାଟୁ ପାଇଁ । ତାଙ୍କର ସେହି ଟାଟୁ ରେ ସେ ଲେଖିଛନ୍ତି ‘ଗଡସ୍‌ ପ୍ଲାନ୍‌’ ।

ରିଙ୍କୁ ସିଂ କରିଥିବା ଏହି ନୂଆ ଟାଟୁରେ ସବୁଠାରୁ ବିଶେଷ କଥା ହେଉଛି, ସେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ 5 ବଲରେ ମାରିଥିବା 5 ଛକା ଏହି ଟାଟୁ ଉପରେ ଚିହ୍ନିତ କରାଯାଇଛି । ଭାରତୀୟ କ୍ରିକେଟ ବୋର୍ଡ (BCCI) ଏହାର ଆଧିକାରିକ ‘X’ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ ରିଙ୍କୁ ଏହି ଟାଟୁ ବିଷୟରେ କହିଛନ୍ତି । ସେ କହିଛନ୍ତି, “ସମସ୍ତେ ଜାଣିଛନ୍ତି ଯେ ମୁଁ ‘ଗଡ୍‌ସ୍‌ ପ୍ଲାନ’ରେ ଚାଲେ । ଟାଟୁରେ ଏକ ସୂର୍ଯ୍ୟ କରାଯାଇଛି । ଭିତରେ ‘ଗଡସ୍‌ ପ୍ଲାନ’ ଲେଖାଯାଇଛି । ମୁଁ ମାରିଥିବା ସେହି 5ଟି ଛକା ମୋର ଜୀବନ ବଦଳାଇଦେଇଥିଲା । ଲୋକମାନେ ମୋତେ ଜାଣିବା ଆରମ୍ଭ କରିଥିଲେ । ସେଥିପାଇଁ ମୁଁ ଏହି ଟାଟୁରେ ସେହି 5 ଛକାକୁ ମଧ୍ୟ ଦର୍ଶାଇଛି ।”

Advertisement

ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ 2023ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ରିଙ୍କୁ ସିଂ ଏକ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଯେତେବେଳେ କୋଲକାତା ନାଇଟ ରାଇଡର୍ସକୁ ଜିତିବା ପାଇଁ ଶେଷ 5 ବଲରେ 30 ରନ ଆବଶ୍ୟକ ହେଉଥିଲା, ଗୁଜରାଟ ପକ୍ଷରୁ ବୋଲିଂ କରୁଥିଲେ ୟଶ ଦୟାଲ । ଶେଷ ଓଭରର ଶେଷ 5 ବଲରେ 5 ଛକା ମାରି କୋଲକାତାକୁ ଅସମ୍ଭବ ବିଜୟ ଭେଟି ଦେଇଥିଲେ ରିଙ୍କୁ ସିଂ । ଦୁଇଟି ଛକା କଭର ଉପରେ, ଗୋଟିଏ ଛକା ଲଙ୍ଗ୍‌-ଅନ୍‌, ଗୋଟିଏ ଲଙ୍ଗ-ଅଫ୍‌ ଓ ଗୋଟିଏ ଡିପ୍‌-ଫାଇନ ଲେଗ୍‌ରେ ଛକା ମାରିଥିଲେ ରିଙ୍କୁ । ଏହି ବିସ୍ଫୋରକ ପାଳି ଖେଳି କୋଲକାତାକୁ ଜିତାଇବା ପରେ ରିଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏବଂ ତୁରନ୍ତ ଭାରତୀୟ ଜାତୀୟ ଦଳରୁ ମଧ୍ୟ ତାଙ୍କୁ ଡକରା ଆସି

Leave a Reply

Your email address will not be published. Required fields are marked *