Pratidin TV

Odisha's Digital News Platform

ତିରୁପତି ପହଞ୍ଚି ଭାରତ ପାଇଁ ପୂଜାର୍ଚ୍ଚନା କଲେ ରିଷଭ ପନ୍ତ-ଅକ୍ଷର ପଟେଲ

1 min read

ଭାରତରେ ଖେଳଯାଉଛି ଚଳିତ ବିଶ୍ୱକପ । ଆଉ ଭାରତ ଏତିରେ ଭଲ ପ୍ରଦର୍ଶନ କରୁଛି । ବିଜୟର ସହ କପ ହାତେଇବାକୁ ଆଗେଇ ଚାଲିଛି । ତେବେ ଅନ୍ୟପଟେ ବିଶ୍ୱକପରେ ସାମିଲ ହୋଇ ନଥିବା ଦୁଇ ଖେଳାଳି ରିଷଭ ପନ୍ତ ଏବଂ ଅକ୍ଷର ପଟେଲ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ପବିତ୍ର ଭଗବାନ ବାଲାଜୀ ମନ୍ଦିର ପରିଦର୍ଶନ କରିଛନ୍ତି ।

ଉଭୟ କ୍ରିକେଟର ଫିଟନେସ ସମସ୍ୟା କାରଣରୁ ବିଶ୍ୱକପ ୨୦୨୩ରୁ ବାଦ ପଡିଛନ୍ତି । ତେବେ ଗତ ବର୍ଷ ଘଟିଥିବା ଏକ କାର ଦୁର୍ଘଟଣାରୁ ପନ୍ତ ସୁସ୍ଥ ହୋଇପଡିଥିବାବେଳେ ଆକ୍ସରଙ୍କ ଫିଟନେସରେ କ୍ୱାଡ୍ରିକ୍ସପ୍ ଷ୍ଟ୍ରେନ୍ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ କିନ୍ତୁ ଏହି ଦୁଇ କେଳାଳି ଦୀରେ ଧୀରେ ସୁସ୍ଥ ହେଉଛନ୍ତି ଯାହା ଫଳରେ ସେମାନେ ତୀରୁପତି ବାଲାଜି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ।

Advertisement

ମନ୍ଦିରରୁ ବାହାରକୁ ଆସିବା ପରେ ଉଭୟ ଖେଳାଳି ଫ୍ୟାନ୍ସଙ୍କସହ ଫଟୋ ଏବଂ ଭିଡିସ ନେଇ ଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂର୍ବରୁ ଅକ୍ଷର କେଦାରନାଥ ଏବଂ ବଦ୍ରିନାଥ ଧାମ ଯାଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା ।

ଏହି ଦୁଇ ଖେଳାଳି ପୁଣିଥରେ ଦଳକୁ ଫେରିବାକୁ ନିଜକୁ ଫିଟ କରୁଛନ୍ତି । ଆଉ ସେମାନେ ଖୁବ ଶୀଘ୍ର ଦଳକୁ ଫେରନ୍ତୁ ବୋଲି ସେମାନଙ୍କ ଫ୍ୟାନ୍ସ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *