(ଭିଡିଓ)ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷଭ ପନ୍ତଙ୍କ କାର୍ , ମୁଣ୍ଡରେ ପିଠିରେ ଗଭୀର ଆଘାତ୍ ..
1 min readନୂଆଦିଲ୍ଲୀ : ଭାରତୀୟ ଟିମ୍ର ଷ୍ଟାର ଓିକେଟ୍କିପର ବଲେବାଜ୍ ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ତାଙ୍କ ମରସିଡି କାର୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । କାରଟି ଡିଭାଇଡରରେ ଏତେ ଜୋରରେ ପିଟି ହୋଇଥିଲା ଯେ , ସେଥିରେ ସମ୍ପୂର୍ଣ୍ଣ ଭାବେ ନିଆଁ ଲାଗିଯାଇଥିଲା । ତେବେ ପନ୍ତ ନିଜର ବୁଦ୍ଧି ଖଟାଇ କଳେ ବଳେ କୌଶଳେ କାରର କାଚ ଭାଙ୍ଗି ବାହାରିଆସିଥିଲେ ।
ମିିଳିଥିବା ସୂଚନା ଅନୁଯାୟୀ ପନ୍ତ କାରରେ ଏକୁଟିଆ ଥିଲେ ମାନେ ସେ ହିଁ ଡ୍ରାଇଭିଂ କରୁଥିଲେ । ଆଜି ସକାଳୁ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଆସୁଥିବା ସମୟରେ ଭୋର ୫.୩୦ ମସୟରେ ରୁର୍କୀ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ତେବେ ଦୁର୍ଘଟଣାଟି ପନ୍ତଙ୍କ ଅବହେଳାରୁ ହୋଇଥିଲା । କାରଣ ସେ ଡ୍ରାଇଭିଂ କରୁଥିବା ସମୟରେ ନିଦ ଜୋରରେ ଆଶିବାରୁ ଆଖି ଲାଗିଯାଇଥିଲା । ଆଉ ଏହି ସମୟରେ ହିଁ କାରଟି ନିଜର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । କାରର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ଗାଡିରେ ନିଆଁ ଲାଗିଯାଇଥିଲା । ଉପଯୁକ୍ତ ସମୟରେ ପନ୍ତ ନିଜ ମୁଣ୍ଡ ଖଟାଇ କାରର ଲକ୍ ନଫିଟିବାରୁ କାଛ ଭାଙ୍ଗି ବାହାରକୁ ବାହରିଆସିଥିଲେ । କିନ୍ତୁ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପନ୍ତଙ୍କୁ ମଧ୍ୟ ଗଭୀର ଆଘାତ ଲାଗିଛି ।ତାଙ୍କ ମୁଣ୍ଡ , ହାତ, ଗୋଡରେ ଗଭୀର କ୍ଷତ ହେବା ସହ ତାଙ୍କ ପଛ ପିଠି ମଧ୍ୟ ଛାଲି ହୋଇଯାଇଛି ।
ଘଟଣା ସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ପନ୍ତଙ୍କୁ ପ୍ରଥମେ ରୁର୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ଡେରାଡୁନର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର ସୂଚାନ ଦେଇଛନ୍ତି ।
ତେବେ ତାଙ୍କ ପ୍ରଶଂସକମାନେ ପନ୍ତଙ୍କ ଏଭଳି ପରୁସ୍ଥିତି ବିଷୟରେ ଜାଣି ଦୁଖଃ ପ୍ରକାଶ କରିବା ସହ ଭଗବାନଙ୍କ ନିକଟରେ ତାଙ୍କ ହେତୁ ଆରୋଗ୍ୟ କାମନା କରୁଛନ୍ତି । ସେହିପରି ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।