ଅଷ୍ଟ୍ରେଲିଆ ସିରିଜ୍ରୁ ବାଦ୍ ପଡିବେ ଋଷଭ୍ ପନ୍ତ ! ଏବେ କିଏ ହେବ ଓି୍ୱକେଟ୍କିପର ?
1 min readନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କ୍ରିକେଟର ଋଷଭ ପନ୍ତଙ୍କର ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥି ପାଇଁ ସେ ବର୍ତ୍ତର୍ମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଯାହା ଜଣାପଡ଼ୁଛି ରିଷଭ ପନ୍ତଙ୍କ କ୍ରିକେଟ୍ ପଡ଼ିଆକୁ ଫେରିବା ପାଇଁ ବହୁତ ସମୟ ନେଇପାରନ୍ତି ବା ଆମେ ଏମିତି ମଧ୍ୟ କହିପାରିବା ଯେ ତାଙ୍କୁ ଲାଗିଥିବା ଗଭୀର ଆଘାତ୍ ଠିକ୍ ହେବା ପାଇଁ ଦୀର୍ଘଦିନ ଲାଗିପାରେ ।
ଏଭଳି ପରିସ୍ଥିତିରେ ଫେବୃଆରୀ ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ଉପରେ ସଙ୍କଟ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସୁଯୋଗ ପାଇଥିବା ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ପ୍ରଶ୍ନ ଉଠିଛି । ତେବେ ତାଙ୍କ ସ୍ଥାନ ନେବା ପାଇଁ ୩ ଜଣ ନାଁ ସାମ୍ନାକୁ ଆସୁଛି । ଯେଉଁଥିରେ କେ.ଏସ୍ ଭରତ, ଉନ୍ଦ୍ରେ ଯାଦବ ଏବଂ ଇଶାନ କିଶନଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି ।
ଡାକ୍ତରଙ୍କ ଠାରୁ ଯାହା ସୂଚନା ମିଳିଛି ରଷଭ ପନ୍ତ ୨ ରୁ ୬ ମାସ ମଧ୍ୟରେ ସୁସ୍ଥ ହୋଇପାରିବେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ୱିକେଟ୍ କିପର ପୋଷ୍ଟ ପାଇଁ ତିନି ଖେଳାଳିଙ୍କ ମଧ୍ୟରେ କେ.ଏସ୍ ଭରତ ଆଗରେ ଅଛନ୍ତି । ଗତ କିଛି ସିରିଜରେ କେ.ଏସ୍ ଭରତ ଦ୍ୱିତୀୟ ୱିକେଟ୍କିପର ଭାବରେ ଟିମ୍ ଇଣ୍ଡିଆ ଦଳରେ ଯୋଗ ଦେଇଛନ୍ତି । ତେବେ ତାଙ୍କର ଡେବ୍ୟୁ ଏପର୍ଯ୍ୟନ୍ତ ହୋଇ ନାହିଁ ଏବଂ ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ରିଷଭ ପନ୍ତଙ୍କ ସ୍ଥାନ ନେଇପାରିବେ ।
ଅଷ୍ଟ୍ରେଲିଆ – ଭାରତ (ଟେଷ୍ଟ ସିରିଜ୍ )
୯-୧୩ ଫ୍ରେବୁଆରୀ , ପ୍ରଥମ ଟେଷ୍ଟ (ନାଗପୁର)
୧୭-୨୧ ଫ୍ରେବୁଆରୀ ,ଦ୍ୱିତୀୟ ଟେଷ୍ଟ (ଦିଲ୍ଲୀ)
୧-୫ ମାର୍ଚ୍ଚ , ତ୍ୃତୀୟ ଟେଷ୍ଟ (ଧର୍ମଶାଳା)
୯-୧୩ ମାର୍ଚ୍ଚ, ଚତୁର୍ଥ ଟେଷ୍ଟ (ଅହମ୍ମଦାବାଦ୍ )