Pratidin TV

Odisha's Digital News Platform

ଭାରତୀୟ ହେବେ ବ୍ରିଟିଶ୍ ବାଦ୍‌ଶାହ : ୫ମ ରାଊଣ୍ଡ ଜିତି ଏବେ ଫାଇନାଲରେ ଋଷି ସୁନକ

ନୂଆଦିଲ୍ଲୀ : ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ରେସ୍‌ରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀୟ ବଂଶଜ ଋଷି ସୁନକ ।ସୂଚନା ମୁତାବକ ପଞ୍ଚମ ରାଉଣ୍ଡରେ ୧୩୭ ଭୋଟ ଜିତି ପ୍ରଧାନମନ୍ତ୍ରୀ ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ଋଷି ।ଏହା ସହ ସେ ଚତୁର୍ଥ ରାଉଣ୍ଡରେ ୧୧୮,ତୃତୀୟ ରାଉଣ୍ଡରେ୧୧୫ ଓ ଦ୍ୱିତୀୟ ରାଉଣ୍ଡରେ ୧୦୧ ଭୋଟ ପାଇଁ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ।

ତେବେ ପ୍ରଧାନମନ୍ତ୍ରୀ ରେସରେ ଥିବା ଆଉ ଦୁଇ ଜଣ ପ୍ରାର୍ଥୀ ପେନ୍ନୀ ମୋରଡାଉଣ୍ଟ ୧୦୫ ଓ ଟ୍ରୁସ ୧୧୩ ଭୋଟ ପାଇଥିଲେ ।ପେନ୍ନୀ ସବୁଠାରୁ କମ ଭୋଟ ପାଇ ଏହି ରେସରରୁ ବାଦ ପଡିବାପରେ ,ଫାଇନାଲରେ ଋଷିଙ୍କ ଲଢେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରୁସଙ୍କ ସହ ହେବ ।

ସେହିପରି ସେପ୍ଟେମ୍ବର ୫ ଯାଏ କଞରଭେଟିଭ ପାର୍ଟିର ସାଂସଦମାନେ ବାଲଟ ପେପର ଦ୍ୱାରା ଦେଶର ପରବର୍ତ୍ତୀ ନେତା ବାଛିବେ । ଏହି ରାଉଣ୍ଡରେ ଯିଏ ବିଜେତା ହେବ ସେହି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଘୋଷିତ ହେବ ।

Leave a Reply

Your email address will not be published. Required fields are marked *