Pratidin TV

Odisha's Digital News Platform

ବିଟ୍ରେନରେ ଟଳମଳ ଋଷି ସୁନକ୍‌ଙ୍କ ଗାଦୀ ।

1 min read

ନୂଆଦିଲ୍ଲୀ: ସଦ୍ୟତମ ସର୍ଭେ ଅନୁଯାୟୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ନେତୃତ୍ୱରେ କଞ୍ଜରର୍ଭେଟିଭ୍ ପାର୍ଟି ଆଗାମୀ ଜାତୀୟ ନିର୍ବାଚନରେ ବହୁ କ୍ଷତି ସହିବାକୁ ଯାଉଛି ଏବଂ ଲେବର ପାର୍ଟି ଏକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପ୍ରସ୍ତୁତ ଅଛି। ବୁଧବାର ଦିନ ପ୍ରକାଶିତ ୟୁଗୋଭ୍ ସିଟ୍ ପ୍ରୋଜେକସନ ଅନୁଯାୟୀ, ଲେବର ପାର୍ଟି ସଂସଦରେ ଥିବା ୬୫୦ ଟି ଆସନ ମଧ୍ୟରୁ ୪୦୩ ଟି ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି।

ନିକଟରେ ଏକ ସର୍ବେକ୍ଷଣରେ ଏପରି ଏକ ଖୁଲାସା ହୋଇଛି । ବ୍ରିଟ୍ରେନର ଖରାପ ସ୍ଥିତି , ନୀତିଗତ ବିଫଳତା, ଅଧୁରା ପ୍ରତିଶୃତି ଓ ଜୀବନଯାପନର ମୂଲ୍ୟବୃଦ୍ଧି କାରଣରୁ କଞ୍ଜର୍ଭେଟିଭ୍ ପାର୍ଟି ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଯାହା ଦ୍ୱାରା ଋଷି ସୁନକଙ୍କ ସିଟ୍ ଟଳମଳ ହୋଇଛି । ଏକ ସର୍ଭେରୁ ଜଣାପଡିଛି ଯେ ଆଗକୁ ଲେବର ପାର୍ଟି ଅଧିକ କ୍ଷମତାକୁ ଆସୁଛି । ୠଷି ସୁନକ ପ୍ରଧାନମନ୍ତ୍ରୀ ପଦରେ ଆସିବା ପୂର୍ବରୁ ପ୍ରତିଶୁତି ଦେଇଥିଲେ ଯେ ତାଙ୍କ ସରକ।।ର ମୁଦ୍ରାସ୍ଫିତିକୁ ଅଧା କରିବେ , ରାଷ୍ଟ୍ରୀୟ ଋଣକୁ ହ୍ରାସ କରିବେ , ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ରେ ସୁଧାର ଆଣିବେ , ଅବୈଧ ପ୍ରବାସୀଙ୍କୁ ରୋକିବା ଓ ଅର୍ଥବ୍ୟବସ୍ଥାକୁ ଉତ୍ତମ କରିବେ । ଏହା ସହ ପାର୍ଟି ପ୍ରତିଶୃତି ଦେଇଥିଲା କି ସେ ଇମିଗ୍ରେସନ ମୂଲ୍ୟବୃଦ୍ଧି ଓକଠୋର ଶରଣାର୍ଥୀ ନିର୍ବାସନ ଆଇନ ଭଳି ବିଭିନ୍ନ ଉପାୟକୁ ସଫଳତାପୂର୍ବକ ଲାଗୁ କରିବ । କିନ୍ତୁ ବର୍ତ୍ତମାନ ଏମିତି ହେବାର କିଛିବି ନଜର ଆସୁନାହିଁ ।

Advertisement

ଅନ୍ୟପଟେ ଲେବର ପ।ର୍ଟି ବ୍ରିଟେନର ବର୍ତ୍ତମାନ ଶାସନରେ ଥିବା ସୁନକଙ୍କର କଞ୍ଜରଭେଟିଭ୍ ପାର୍ଟି ଉପରେ ଭାରି ପଡିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *