Pratidin TV

Odisha's Digital News Platform

ଭାରତୀୟ ହେବେ ବ୍ରିଟିଶ୍ ବାଦ୍‌ଶାହା : ରିଶି ସୁନାକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଏବେ ଖାଲି ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି ଭାରତର ଗର୍ବ ରିଶି ସୁନାକ । ତାଙ୍କୁ ମିଳିପାରେ ଦ ଗ୍ରେଟ ବ୍ରିଟେନ ପ୍ରଧାନମନ୍ତ୍ରୀର ପଦ ।ରିସି ପୂର୍ବରୁ ନିଜ ଦକ୍ଷତା ବଳରେ ବ୍ରିଟେନ ସରକାରଙ୍କ ଅର୍ଥମନ୍ତ୍ରୀ ଥିଲେ ।ସେଠାରେ କରୋନାର ସଫଳ ମୁକାବିଲା ପରେ ବ୍ରିଟେନରେ ତାଙ୍କର ସମ୍ମାନ ଦୁଇଗୁଣିତ ହେବା ସହ ବ୍ରିଟେନର ଜନସାଧାରଣଙ୍କ ମନ ଜିତିିନେଇଛନ୍ତି ଭାରତର ପୁଅ ରିଶି ।ତେବେ ଯେଉଁ ଜାତି ଆମକୁ ଦୀର୍ଘ ଦୁଇସହ ବର୍ଷ ଧରି ଶାସନ କରିଥିଲା ସେହି ଜାତିର ଶାସନ ମୁଖ୍ୟ ହେବାର ଗୌରବ ମିଳିବ ଭାରତୀୟଙ୍କୁ ।

ତେବେ ୭ ଜୁଲାଇରେ ବୋରିସ ଜନସନଙ୍କ ଇସ୍ତଫା ହୋଇଯାଇଥିଲେ ମଧ୍ୟ ସେ ତଦାରଖକାରୀ ପ୍ରଧାନମନ୍ତ୍ରୀ ଭାବେ ଅକ୍ଟୋବର ଯାଏ ଦେଖାଶୁଣା କରିବେ । ଦଳର ଅନୁମୋଦନ ପାଇ ପ୍ରଥମ ରାଉଣ୍ଡରେ ମଧ୍ୟ ରିସି ପଛରେ ନଥିଲେ । ତେବେ ସୂଚନା ମୁତାବକ ରିଶି ସୁନାକ ପ୍ରଧାନମନ୍ତ୍ରୀ ପଦପାଇଁ ଗତକାଲି ହୋଇଥିବା ଦ୍ୱିତୀୟ ରାଉଣ୍ଡରେ ୧୦୧ ଭୋଟରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ଦ୍ୱିତୀୟ ରାଉଣ୍ଡ ରୁହି ତାଙ୍କ ବିଜୟ ସ୍ପଷ୍ଟ ହୋଇଯାଇଛି ।ତେବେ ଆସନ୍ତା ସୋମବାର ଦିନ ହେବାକୁ ଯାଉଛି ତୃତୀୟ ରାଉଣ୍ଡ ଯାହା ବ୍ରିଟେନ ର ଭବିଷ୍ୟତକୁ ବଦଳାଇବାକୁ ଯାଉଛି ।


ତେବେ ରିଶି ସୁନାକ ୧୯୮୦ ମସିହା ମେ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବାପା ୟସବିର ସୁନାକ ଓ ମା ଉସା ସୁନାକ । ଭାରତର କୋଟିପତି ବା ଇନ୍‌ଫୋସି ମାଲିକ ଏନ୍‌ଆର ନାରାୟନ ମୁର୍ତୀଙ୍କ ଝିଅ ଅକ୍ସତା ମୁର୍ତୀଙ୍କୁ ୨୦୦୯ ରେ ବିବାହ ବୈଦିକ ରୀତିରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *