Pratidin TV

Odisha's Digital News Platform

ମହାନଦୀ ଦୂଷିତ ପାଣି ସମସ୍ୟା ଦୂର ହେବ ୬ମାସରେ , ଇନ୍ଦ୍ରାଣୀପାଟଣା ଚଷାପଡା ରେ ପହଞ୍ଚିବ ସୁଦ୍ଧ ପାଣି

1 min read

କଟକ : ସ୍ୱଚ୍ଛ ପାନୀୟ ଜଳଯୋଗାଣ କରିବାକୁ ଦାବି କରି କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କଟକ-ଚୌଦ୍ଵାର ବିଧାନସଭା ନିର୍ବାଚନୀ ମଣ୍ଡଳୀର ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଚଷାପଡା ଗ୍ରାମବାସୀଙ୍କ ତରଫରୁ ବିଜେଡି ନେତ୍ରୀ ରୂପାଲୀ ଲେଙ୍କାଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ଏହି ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ଦାବି କରାଯାଇଛି । ହେଲେ କିଛି ସଫଳ ମିଳି ପାରିଲା ନାହିଁ ।

ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ କଟକ-ଚୌଦ୍ଵାର ପୂର୍ବତନ ବିଧାୟକ କହିଛନ୍ତି ଏହି ସମସ୍ୟା ଆଜିକାଲିର ନୁହେଁ, ଏହା ଦୀର୍ଘ ଦିନର ସମସ୍ୟା ମୁଁ ବିଧାୟକ ଥିବା ଅବସ୍ଥାରେ ଏହି ସମସ୍ୟା ଲାଗି ରହିଥିଲା । ଆଉ ସେତେବେଳେ ଏକ ବୋରୱେଲ ସ୍ଥାପନ ହୋଇଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ବୋରୱେଲରେ ଜଳସ୍ତର କମି କମି ଯିବାରୁ ଜଳ ସମସ୍ୟା ଦେଖାଦେଇଛି ଇନ୍ଦ୍ରାଣୀପାଟଣା ଚଷାପଡା ଗାଁ’ରେ ।

Advertisement

ତେବେ ଚୌଦ୍ଵାର ମୁନସିପାଲଟିରୁ ୪୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦରେ ମହାନଦୀ ରୁ ଜଳ ସଂଗ୍ରହ କରାଯାଇ ଚୌଦ୍ଵାରବାସୀ ଙ୍କ ପାଇଁ ଆଗାମୀ ୬ମାସ ମଧ୍ୟରେ ୨୪ ଘଣ୍ଟିଆ ଜଳଯୋଗାଇ ଦିଆଯିବ ଏବଂ ପାନୀୟ ଜଳ ସମସ୍ୟା ସମ୍ପୂର୍ଣ ହଟିଯିବ ।

Leave a Reply

Your email address will not be published. Required fields are marked *