Pratidin TV

Odisha's Digital News Platform

ବଡମ୍ବା ଭଟ୍ଟାରିକା ଛକ ଠାରେ ସଡକ ଦୁର୍ଘଟଣା , ଭାଇ ଭଉଣୀ ମୃତ ..

1 min read

ଭଟ୍ଟାରିକା ଛକ ଠାରେ ସଡକ ଦୁର୍ଘଟଣାରେ ଭାଇ ଭଉଣୀ ମୃତ, ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଘଟଣା ସ୍ଥଳରେ ବନମାଳୀପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ମୃତ୍ଯୁବରଣ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ବଡମ୍ବା ଡାକ୍ତରଖାନାରେ ପାଲିଆ ସାହୁଙ୍କର ମୃତ୍ଯୁବରଣ ହୋଇଛି।

ସୁଚନା ରୁ ପ୍ରକାଶ ଯେ ସନ୍ତୋଷ ସାହୁ ଭଉଣୀ ପାଲିଆ ସାହୁଙ୍କୁ ବଡ଼ମ୍ବା ଗୋପିନାଥପୁର ସ୍ଥିତ ଚଣ୍ଡିମଙ୍ଗଳ ଗ୍ରାମକୁ ଶାଶୁ ଘରକୁ ଛାଡ଼ିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ଘଟଣା ସ୍ଥଳ ରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇ ଥିଲା ପରେ ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଦୁର୍ଘଟଣା ଘଟିଥିବା କାର ଏବଂ ବାଇକ୍ କୁ ଥାନାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛନ୍ତି ବଡମ୍ବା ଥାନା ଅଧିକାରୀ ଶିବ ପ୍ରାସାଦ ଭଦ୍ରା।

Advertisement

Leave a Reply

Your email address will not be published. Required fields are marked *