ପଶ୍ଚିମବଙ୍ଗରୁ -ପୁରୀ ଅଧା ରହିଗଲା ମହାପ୍ରଭୁଙ୍କ ଦର୍ଶନ
1 min readଭୁବନେଶ୍ୱର : ପଶ୍ଛିମବଙ୍ଗର ଲମ୍ବା ରାସ୍ତା ପାର କରି ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ । କିନ୍ତୁ ଭାଗ୍ୟର ବିଡମ୍ବନା ବୋଧେ କିଛି ଅଲଗା ହିଂ ଥିଲା ।ଭଦ୍ରକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ବିଷ୍ଣୂପୁର ଛକ ଠାରେ ଏକ ଡମ୍ପର ସହ ମୁହାଁ ମୁହିଁ ହୋଇଥିଲା ପଶ୍ଚିମବଙ୍ଗରୁ -ପୁରୀ ଆସିଥିବା କାର ।
ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତା ଦ୍ୱାରା କାରରେ ଥିବା ୪ ଜଣଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଏଯାଏ ୪ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିିଥିବାବବେଳେ , ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ସୂଚନା ଦେଇଛି ପୋଲିସ ।