Pratidin TV

Odisha's Digital News Platform

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍ : ୧୦ ଆହତ ,୪ ଗୁରୁତର ..

ବୌଦ୍ଧ : ୫୭ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀ ବାହୀ ବସକୁ ଧକ୍କାଦେଇଛି ଟ୍ରକ । ମିଳିଥିବା ସୂଚନା ଅନୁଯାୟୀ ୧୦ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ସେମାନଙ୍କୁ ପୁରୁଣା କଟକ ମେଡିକାଲରେ ଭର୍ତ୍ତି । ୪ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ ଯେ ସାହିଲ ନାମକ ଯାତ୍ରୀବାହୀ ବସ ବଡମ୍ବା ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବସରୁ କିଛି ଯାତ୍ରୀ ପରିସ୍ରା କରିବା ପାଇଁ ଗାଡି ଟି ଚାରିଛକ ସ୍ଥିତ ତହସିଲ ଅଫିସ ନିକଟରେ ଅଟିକି ରହିଥିଲା । ଠିକି ସେତିକି ବେଳେ ପଛ ପଟୁ ଆସୁଥିବା ଏକ ଟ୍ରକ ପଛ ପଟୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବସ ଟି ରାସ୍ତା ର ୩ଫୁଟ ତଳକୁ ଖସି ପଡ଼ିଥିଲା ।

ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନା ପଠାଇଥିଲେ । ଯାତ୍ରୀ ମାନଙ୍କ ମଧ୍ୟରୁ ୧୦ଜଣ ଆହତ ଓ ଗୁରୁତର ଙ୍କୁ ପ୍ରଥମେ ପୁରୁଣାକଟକ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ଟ୍ରକ ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *