Pratidin TV

Odisha's Digital News Platform

୩୦୦ ଫୁଟ ତଳକୁ ଖସିଲା ବସ୍‌,୩୮ମୃତ ୨୦ରୁ ଉର୍ଦ୍ଧ ଆହତ

1 min read

ଜମ୍ମୁ କାଶ୍ମୀରର ଡୋଡା ଅଂଚଳରେ ଘଟିଲା ବଡ ଦୁର୍ଘଟଣା । ଯାହାଫଳରେ ସେଠାରେ ଖେଳିଗଲା ଭୟର ବାତାବରଣ । ଯାତ୍ରୀ ଭରା ବସ୍ ଯାଉଥିବା ବେଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବସ ଯାଉଥିବା ବେଳେ ହଠାତ୍ ଏକ ଖାଲକୁ ଖସିପଡିଥିଲା । ବୁଧବାର ଦିନ ଜମ୍ମୁ-କାଶ୍ମୀରର ଜାତୀୟ ରାଜପଥରେ ଚେନାବ ନଦୀର ଏକ ଗଭୀର ଘାଟିରେ ଏକ ବସ୍ ଖସିପଡିବାରୁ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ବସ୍‌ରେ ପାଖାପାଖି ୫୦ ଜଣ ଲୋକ ଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ୫୨ ଜଣିଆ ବସ୍‌ରେ ୫୦ ଜଣ ଯାତ୍ରୀ ବସିଥିବା ପୋଲିସ ଅଧିକାରୀ କହିଛନ୍ତି । ଯାତ୍ରୀ ଭରା ଏହି ବସ୍ ବୁଧବାର ଦିନ ଜାମ୍ମୁ କାଶ୍ମୀରର ଡୋଡା, ଚେନାବ ନଦୀର ୩୦୦ ଫୁଟ ଗଭୀର ଘାଟରେ ଖସି ପଡିଛି । କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତମାନଙ୍କୁ ଆସାରର ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *