Pratidin TV

Odisha's Digital News Platform

ସଡକ ନିର୍ମାଣ ପାଇଁ ଯାଇ ସଡକ ଦୁର୍ଘଟଣା ଶିକାର ହେଲେ ଶ୍ରମିକ , ୧ମୃତ ଓ ୪ ଗୁରୁତର ..

1 min read

ରଣପୁର : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ର ପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି । ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮) ।

ସୂଚନାଯୋଗ୍ୟ ଯେ କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।

Advertisement

ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି । ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀଵନ କ୍ଷୟ କ୍ଷତି ହେଉଥିଵାରୁ ଲୋକେ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *