Pratidin TV

Odisha's Digital News Platform

ବଣଭୋଜି ସାଜିଲା କାଳ,ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ,୧୫ଗୁରୁତର..

ଶୀତ ଋତୁ ସହ ଆରମ୍ଭ ହୋଇଯାଇଛି ପିକନିକର ସିଜନ । ଆଉ ତା ପ୍ରତ୍ୟେକ ଦିନ ଘଟି ଚାଲିଛି ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକନିକ୍ ପାଇଁ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ହଳଦୀ ଗାଁରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ପିକ୍‌ଅପ୍ ଭ୍ୟାନ୍ ଯୋଗେ କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ ପିକ୍‌ନିକ୍ ପାଇଁ ଯାଉଥିଲେ । ମାତ୍ର ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭ୍ୟାନ୍ ଭିତରୁ ୧୫ ଜଣଙ୍କୁ ବାହାର କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏବେ ଆହତଙ୍କ ଚିକିତ୍ସା ଚାଲିଛି ।

Leave a Reply

Your email address will not be published. Required fields are marked *