Pratidin TV

Odisha's Digital News Platform

ରାସ୍ତା ଫାଟିକି ଆଁ, ନିମ୍ନ ମାନର କାମକୁ ନେଇ ତାତିଲେ ଗ୍ରାମବାସି…

1 min read

କଟକ: ପୁଣି ସାମ୍ନାକୁ ଆସିଛି ବିକାଶର ନଗ୍ନ ଚିତ୍ର । ନିମ୍ନମାନର ରାସ୍ତା କାମକୁ ତାତିଲେ ଗାଁ ଲୋକେ । ରାସ୍ତା ମରାମତି ନାଁରେ ଆସୁଛି ଅର୍ଥ । ହେଲେ ନିମ୍ନ ମାନର ରୋଡ କାମ କରି ଅର୍ଥ ହରିଲୁଟ ହେଉଥିବା ହୋଇଛି ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ହରିଭକ୍ତପୁର ଗାଁରେ । ସୂଚନା ମୁତାବିକ ମୋଗଲପାଟଣାରୁ ହରିଭକ୍ତପୁର ଗାଁକୁ ଯାଇଥିବା ରାସ୍ତା ଲଳିତଗିରି ପଞ୍ଚାୟତ ମାଣିତ୍ରି ଠାରେ RD କେନାଲ ରୋଡ଼ ର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । । ରାସ୍ତା ମଝିରେ ବଡ ବଡ ଖାଲ ଖମା ହୋଇ ମରଣଜନ୍ତା ସଦୃଶ ପାଲଟିଛି । ଯାହାର ଦୃଶ୍ୟ ହିଁ ବୟାନ କରୁଛି ଯେ ରାସ୍ତାକାମ କେତେ ନିମ୍ନ ମାନର । ଯେଉଁଥିପାଇଁ ବିପଦର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଏପଟେ ସରକାର ସାଧାରଣ ଲୋକମାନଙ୍କ ଯାତାୟାତ ପାଇଁ ଯେତେବେଳେ କୋଟି କୋଟି ଟଙ୍କା ପାଇଁ ବ୍ୟୟ କରୁଛନ୍ତ, ସେତେବେଳେ ଏହାର ସଠିକ ଉପଯୋଗ ହୋଇ ପାରୁନାହିଁ । ଖାଲି ସେତିକି ନୁହେଁ ଠିକାଦାର ଆଉ ବିଭାଗୀୟ ଯନ୍ତ୍ରୀ ନିମ୍ନ ମାନର କାମ କରି ସରକାରଙ୍କୁ ବଦନାମ କରିବାକୁ ମଧ୍ୟ୍ୟ ପଛାଉ ନାହାନ୍ତି । ଯାହାର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ । ତେବେ ଆଜି କିଛି ଗ୍ରାମବାସୀ ରାସ୍ତାରେ ସୃଷ୍ଟି ହୋଇଥିବା ଗାତ କୁ ଜାଲି ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି । ସେପଟେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ବେଳେ ସେ କହିଛନ୍ତି ଏହାକୁ ଖୁବ ଶୀଘ୍ର ମରାମତି କରିଯିବ । ତେବେ ଖୁବଶୀଘ୍ର ଏହାର ପଦକ୍ଷେପ ନିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଗାଁ ଲୋକେ ।

Advertisement

Leave a Reply

Your email address will not be published. Required fields are marked *