Pratidin TV

Odisha's Digital News Platform

ରାସ୍ତାରେ ବାଲି ସହ ସିମେଣ୍ଟ ବଦଳରେ ମିଶିଛି ମଣିଷ ହାଡ; କ’ଣ ଏହାର କାରଣ..

1 min read

ନୂଆଦିଲ୍ଲୀ : ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ରାସ୍ତା ରହିଛି । କିଛି ରାସ୍ତା ଏମିତି ରହିଛି ଯାହାକୁ କାହାର ସ୍ମୃତିରେ କିମ୍ବା କିଛି କାରଣ ଯୋଗୁଁ ସେମାନଙ୍କ ନାମ ରଖାଯାଇଥାଏ । ସାଧାରଣତଃ ରାସ୍ତା ଗୁଡିକ ଇଟା ବାଲି ସିମେଣ୍ଟ,ପଥରରେ ତିଆରି ହୋଇଥାଏ । କିନ୍ତୁ ଏଭଳି ଏକ ରାସ୍ତା ରହିଛି ଯାହା ମଣିଷଙ୍କ ହାଡରୁ ପ୍ରସ୍ତୁତ ହୋଇଛି । ଆପଣ ଶୁଣି ଏହା ଆଶ୍ଚିର୍ଯ୍ୟ ହୋଇଥିବେ ନିଶ୍ଚୟ କିନ୍ତୁ ଏହା ସତ । ସହରର ରାସ୍ତା ଗୁଡିକୁ ମଜବୁତ କରିବା ପାଇଁ ସାଧାରଣତଃ ପିଚୁରେ ତିଆରି ହୋଇଥାଏ ରାସ୍ତା । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଏକ ରାସ୍ତା ବିଷୟରେ କହିବୁ ଯେଉଁଠି ଶହଶହ ଲୋକଙ୍କ ହାଡରେ ନିର୍ମାଣ କରାଯାଇଛି । ଏବଂ ଏହା ରାଜପଥ ଅଟେ । ଯାହା ଋଷରେ ରହିଛି । ଏହି ରାଜପଥର ନାଁ ମଧ୍ୟ ରହିଛି ।ଯାହାକୁ ରୋଡ ଅଫ ବୋନ୍ସ କୁହାଯାଏ । ୨ହଜାର ୨୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଏହି ରାସ୍ତା । ତେବେ ଏ ରାସ୍ତା କଥା ଶୁଣି ନିଶ୍ଚୟ ଆପଣଙ୍କମନରେ ଅନେକ ପ୍ରଶ୍ନ ଆସିଥିବ ।

ଇଟା ସିମେଣ୍ଟ କୁ କାହିଁକି ଏଥିରେ ବ୍ୟବହାର କରାଯାଇ ନାହିଁ । ତେବେ ବାସ୍ତବ କଥା ହେଲା ଏହି ରାସ୍ତାଟି ସମ୍ପୂର୍ଣ୍ଣ ବରଫ ଅଞ୍ଚଳରେ ନିର୍ମାଣ କରାଯାଇଛି । ଆଉ ସେହି ସ୍ଥାନରେ ବରଫ ଜମି ରହିଥାଏ । ଯାହାଫଳରେ ଯାତାୟତରେ ଅସୁବିଧା ହୋଇ ଥାଏ । ବରଫରେ ଗାଡି କସିବା ଫଳରେ ଅନେକ ଦୁର୍ଘଟଣା ହୋଇଥାଏ । ଏଥିପାଇଁ ଏଥିରୁ ରକ୍ଷା ପାଇବା ପାଇଁ ରାସ୍ତା ତିଆରି ବେଳେ ବାଲି ସହିତ ବଣିଷ ହାଡ ମିଶା ଯାଇଥିଲା । ଫଳରେ ଗାଡି ଗୁଡିକ ଖସି ନଥାଏ । ମିଳିଥିବା ସୂଚନା ମୁତାବକ, ସୋଭିଏତ ୟୁନିଅନର ଏଖଛତ୍ରବାଦୀ ଶାସକ କୁହାଯାଉଥିବା ଜୋସେଫ ଷ୍ଟାଲିନଙ୍କ ସମୟରେ ଏହି ରାସ୍ତାକୁ ନିର୍ମାଣ କରାଯାଇଥିଲା । ଏହି ରାସ୍ତା ପଛରେ ପାଖାପାଖି ୧୦ ଲକ୍ଷ ଲୋକଙ୍କ ଜବୀନ ଯାଇଛି । ତେବେ ଏହା ପଛରେ କେତେ ସତ୍ୟତା ଅଛି ତା ଜଣା ନାହିଁ ।

Advertisement

Leave a Reply

Your email address will not be published. Required fields are marked *