Pratidin TV

Odisha's Digital News Platform

ସରକାରୀ ଜାଗାକୁ କବ୍ଜା କରିଛନ୍ତି ଜବରଦଖଲକାରୀ , ଜଙ୍ଗଲ ଦେଇ ଚାଲିଛି ଯାତାୟତ ସାହି ବାସିନ୍ଦା ..

1 min read

ସ୍ୱାଧୀନତା ର 78ବର୍ଷ ବିତିଗଲାଣି | ହେଲେ ମୌଳିକ ସୁବିଧା ରୁ ବଞ୍ଚିତ ଜଗତସିଂହପୁର ବ୍ଲକ ମଣ୍ଡାସାହି ପଞ୍ଚାୟତ ଉତ୍ତରଣ୍ଡା ମଣ୍ଡାସାହି ଗ୍ରାମର ମଲ୍ଲିକ ସାହି ଅଧିବାସୀ | ଜୀବନ କୁ ପାଣି ଛଡ଼ାଇ ଜଙ୍ଗଲ ଭିତରେ ଯାତାୟାତ କରୁଛନ୍ତି ଗ୍ରାମବାସୀ | କୁନି କୁନି ପିଲାମାନେ ବିଦ୍ୟାଳୟ କୁ ବଣ ଜଙ୍ଗଲ ଦେଇ ଯାତାୟତ କରିବାକୁ ସୁରକ୍ଷିତ ମନେ କରୁନାହାନ୍ତି | ଯେଉଁଥି ପାଇଁ ଅଧାରୁ ପାଠ ପଢା ଛାଡ଼ୁଛନ୍ତି | ସୂଚନାନୁଯାୟୀ ମଲ୍ଲିକ ସାହି ର ଅରକ୍ଷିତ ଭୋଇ ଏବଂ ତାଙ୍କ ପରବାର ର ସଦସ୍ୟ ଗ୍ରାମ୍ୟ ରାସ୍ତା ତିନି ଡ଼ିସିମିଲି କୁ ବଳପୁର୍ବକ ଅବରୋଧ କରି ଗୃହ ନିର୍ମାଣ କରିବାରୁ ମଲ୍ଲିକ ସାହି ର ଦଶ ରୁ ଉର୍ଦ୍ଧ ପରିବାର ବଣ ଜଙ୍ଗଲ ଦେଇ ଯାତାୟତ କରୁଛନ୍ତି |

ଗ୍ରାମ୍ୟ ରାସ୍ତା ଉପରୁ ବେଆଇନି ଜବର ଦଖଲକାରି ଙ୍କୁ ଉଛେଦ କରିବାକୁ ମାଲିକ ସାହି ର ଜନ ସାଧାରଣ ତହସିଲଦାର, ଜ଼ିଲ୍ଲାପାଳ ଆଦି ଙ୍କୁ ଅନେକବାର ଅଭିଯୋଗ କରିବାରୁ ଉକ୍ତ କ୍ଷେତ୍ର କୁ ଆର ଆଇ, ଅମିନ ଏବଂ ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତ ରେ ମାପ କରାଯାଇଥିଲା |ଏହି ଘଟଣାରେ ପ୍ରତିକ୍ରିୟାଶିଳ ହୋଇ ବେଆଇନି ଜବର ଦଖଲ କାରି ତହସିଲଦାର ଆଦି ଙ୍କୁ ଆକ୍ରମଣ କରିଥିଲେ   | ରହସିଲଦାର ଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା | ହେଲେ ଅଭିଯୁକ୍ତ ଜାମିନୀ ରେ ଆସିବା ପରେ ତହସିଲଦାର ଏବଂ ତାଙ୍କ କର୍ମଚାରୀମାନେ ଭୟ ରେ ଜବର ଦଖଲକାରି ଙ୍କୁ ଉଛେଦ କରିନାହାନ୍ତି କି ଗ୍ରାମବାସୀ ଙ୍କ ସମସ୍ୟା ସମାଧାନ ହୋଇନାହିଁ |ତେବେ ଆଗକୁ ଜ଼ିଲ୍ଲା ପ୍ରଶାସନ କି ପଦକ୍ଷେପ ନେବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Advertisement

Leave a Reply

Your email address will not be published. Required fields are marked *